ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା ; ଘଟଣାସ୍ଥଳରେ ବାଇକ୍ ଆରୋହୀ ମୃତ

Published By : Prameya-News7 Bureau | February 08, 2019 IST

ଆଠମଲ୍ଲିକ ୮|୨: ଢେଙ୍କାନାଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ କିଆକଟା ଥାନା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୁତ୍ୟୁ ହୋଇଛି । ଏକ ହାଇଓ୍ବା ଓଡି୨୭ଏ୧୩୯୨ ନମ୍ବର ବିଶିଷ୍ଟ ବାଇକ୍ କୁ ଧକ୍କା ଦେଇଥିଲା । ଫଳରେ ବାଇକ୍ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତକ ହେଲେ କିଶନ ବାଦି । ତାଙ୍କ ଘର ବିରମହାରାଜପୁର ସୁବଲୀୟ ଥାନା ଠାକୁରପୁର ଗ୍ରାମରେ । ଘଟଣାକୁ ନେଇ କିଆକଟା ଥାନାରେ ମାମଲା ରୁଜୁ ହୋଇଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.