ପୋଲିସ ମାଡରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

Published By : Prameya-News7 Bureau | June 08, 2019 IST

ଅନୁଗୁଳ ୮|୬: ଅନୁଗୁଳ କଣିହାଁ ଥାନାରେ ଜଣେ ପୋଲିସ ଅଧିକାରୀଙ୍କ ମାଡ଼ରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଅଭିଯୋଗ ହୋଇଛି । ମୃତକ ହେଲେ ବଡ଼ ଗୁଣ୍ଡୁରୀ ଗାଁର ଦୀପକ ବାରିକ। ସ୍ବାମୀ-ସ୍ତ୍ରୀ ମଧ୍ୟରେ ଝଗଡା ନେଇ ଉଭୟ ସ୍ବାମୀ-ସ୍ତ୍ରୀ କଣିହାଁ ଥାନାକୁ ଯାଇଥିଲେ।

ସେଠାରେ ମଧ୍ୟ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ପୋଲିସ ଦୀପକକୁ  ମାଡ଼ ମାରିଥିଲା ବୋଲି ଅଭିଯୋଗ ହୋଇଛି।  ମାଡ଼ ମାରିବା ପରେ ତାଙ୍କୁ ଆହତ ଅବସ୍ଥାରେ ପ୍ରଥମେ କଣିହାଁ ଓ ପରେ ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। 

ଦୀପକଙ୍କ ମୃତଦେହ ଅନଗୁଳ ପୋଷ୍ଟମର୍ଟମ୍ ରୁମ୍ ବାହାରେ ରଖାଯାଇଛି । ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । ଘର ଲୋକ ନ୍ୟାୟ ମାଗୁଥିବା ବେଳେ ପୋଲିସ ଏ ସମ୍ପର୍କରେ କିଛି ପ୍ରତିକ୍ରିୟା ଏ ପର୍ଯ୍ୟନ୍ତ ରଖିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.