ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ
21/08/2019 at 12:49 PM

ସୋର ୨୧|୮: ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍ ମାଣିତ୍ରି ପଞ୍ଚାୟତ ନୂଆଁପୁର ଗ୍ରାମରେ ଗତକାଲି ରାତିରେ ଜଣେ ଯୁବକଙ୍କର ବଜ୍ରାଘାତରେ ମୃତ୍ୟୁ ହୋଇଛି । ଗ୍ରାମର ଭୀମ ବେହେରାଙ୍କ ପୁତ୍ର ବୃନ୍ଦାବନ ବେହେରା ନିଜ ବାଡ଼ିରେ କାମ କରୁଥିବା ବେଳେ ବ୍ରଜାଘାତରେ ଗୁରୁତର ହୋଇପଡିଥିଲେ । ଘରଲୋକ ସଙ୍ଗେ ସଙ୍ଗେ ତାଙ୍କୁ ସୋର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।