ଆନନ୍ଦପୁର ୨୭/୦୫: କାର୍ ଧକ୍କାରେ ସାଇକେଲ ଆରୋହୀ ଯୁବକ ମୃତ । ଆନନ୍ଦପୁର ଦେଇ ଯାଇଥିବା ଜାତୀୟ ରାଜପଥର ୨୦ ର ବୀରଗୋବିନ୍ଦପୁର ଛକରେ ଘଟିଛି ଦୁର୍ଘଟଣା । ସାଇକେଲ ଆରୋହୀ ଯୁବକଙ୍କୁ ଏକ କାର୍ ପଛପଟୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ସାଇକେଲ୍ ଆରୋହୀ ଯୁବକଙ୍କ ମୃତ୍ଯୁ ହୋଇଛି । ମୃତକ ହେଉଛନ୍ତି ଯଦୁ ଶୋରେନ୍ ।
ଦୁର୍ଘଟଣା ହେତୁ କାର୍ ଟି ଡିଭାଇଡର ଉପରେ ଓଲଟି ପଡିଥିବାବେଳେ କାର୍ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଲେକଙ୍କ ମଧ୍ଯରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହାସହ ଉତ୍ଯକ୍ତ ଲୋକେ କ୍ଷତିପୂରଣ ଦାବିରେ ରାସ୍ତା ରୋକ କରିଥିଲେ ।
ପରେ ଘଷିପୁରା ପୋଲିସ ଖବରପାଇ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାପରେ ରାସ୍ତାରୋକ ହଟିଥିଲା । ତେବେ ଫେରାର ଡ୍ରାଇଭର ସମ୍ପର୍କରେ କୈଣସି ସନ୍ଧାନ ମିଳିନଥିବା ପେଲିସ୍ ପକ୍ଷରୁ ସୂଚନା ମିଳିଛି ।