ମାଟି ତଳୁ ମିଳିଲା ଯୁବକଙ୍କ ଗଳିତ ମୃତଦେହ, କେହି ହତ୍ୟା କରି ପୋତିଥିବା ସନ୍ଦେହ

Published By : Prameya-News7 Bureau | November 16, 2023 IST

କରଞ୍ଜିଆ ୧୬।୧୧ : ମାଟି ତଳୁ ଅଜଣା ଯୁବକଙ୍କ ଗଳିତ ମୃତଦେହ ଠାବ । ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ଧାରିଖମଣ ଗାଁ ନିକଟ ଜଙ୍ଗଲରୁ ମିଳିଛି ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍‌ର ସହଯୋଗ ନେଇପାରେ ପୋଲିସ ।

wp:embed {"url":"https://www.prameyanews7.com/home-guard-arrested-for-stealing-police-vehicle-in-bhadrak/","type":"wp-embed","providerNameSlug":"prameya-news-7"}
https://www.prameyanews7.com/home-guard-arrested-for-stealing-police-vehicle-in-bhadrak/
/wp:embed

ଖବର ଅନୁଯାୟୀ ପଡ଼ିଆବେଡା-ଭୀମକୁଣ୍ଡ ରାସ୍ତାର ଅନ୍ଧାରିଖମଣ ଛକ ନିକଟ ଜଙ୍ଗଲରୁ ଏହି ଶବ ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକମାନେ ସକାଳେ ଜଙ୍ଗଲକୁ ଯାଇଥିବା ବେଳେ ରାସ୍ତା କଡରେ ପୋତା ଯାଇଥିବା ସ୍ଥାନରୁ ଦୁର୍ଗନ୍ଧ ଆସୁଥିଲା । ଯାହାପରେ ସ୍ଥାନୀୟ ପୋଡିଆବେଡା ସରପଞ୍ଚଙ୍କୁ ଜଣାଇ ଥିଲେ ସ୍ଥାନୀୟ ଲୋକେ । ଏହାପରେ ସରପଞ୍ଚ ଠାକୁରମୁଣ୍ଡା ଥାନାକୁ ଜଣାଇଥିଲେ ।

{"id":870287,"sizeSlug":"full","linkDestination":"none"}

ସେପଟେ ଖବର ପାଇ ଘଟଣାସ୍ଥଳକୁ ଠାକୁରମୁଣ୍ଡା ଥାନା ଅଧିକାରିଣୀ , କରଞ୍ଜିଆ SDPO ଓ ସାଇଣ୍ଟିଫିକ ଟିମ ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଉକ୍ତ ସ୍ଥାନକୁ ଖୋଳିଥିଲେ। ମାଟି ଖୋଳିବା ପରେ ଭିତରୁ ଏକ  କମ୍ବଳରେ ଘୋଡ଼ାଇ ଦୌଡ଼ି ସାହାଯ୍ୟରେ ବନ୍ଧା ଯାଇଥିବା ମୃତଦେହ ମିଳିଥିଲା । ତେବେ ମୃତଦେହଟି ଜଣେ ଯୁବକଙ୍କ ହୋଇଥିବା ବେଳେ ପ୍ରାୟ ୧୫/୨୦ ଦିନ ପୂର୍ବରୁ କେହି ଦୁର୍ବୃତ୍ତ ହତ୍ୟା କରି ପୋତି ଦେଇଥିବା ସନ୍ଦେହ କରାଯାଉଛି । ଏନେଇ ଠାକୁରମୁଣ୍ଡା ଥାନା ପୋଲିସ  ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

wp:embed {"url":"https://www.prameyanews7.com/sachin-tendulkar-heartfelt-message-virat-kohli-50th-odi-hundred/","type":"wp-embed","providerNameSlug":"prameya-news-7"}
https://www.prameyanews7.com/sachin-tendulkar-heartfelt-message-virat-kohli-50th-odi-hundred/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.