କଳାହାଣ୍ଡି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
20/10/2018 at 1:56 PM

କଳାହାଣ୍ଡି ୨୦|୧୦: କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଜଗନ୍ନାଥ ପଡାର ବୁଦେବ ବଗର୍ତ୍ତୀ । ରାତିରେ ବାପାଙ୍କ ସହ ଗଣ୍ଡଗୋଳ କରଥିଲେ ବୁଦେବ। ତେବେ ଆଜି ସକାଳୁ ତାଙ୍କ ଝୁଳନ୍ତା ମୃତଦେହ ଉଦ୍ଧାର କରାଯାଇଛି । ବୁଦେବ ବଗର୍ତ୍ତୀ ସ୍ଥାନୀୟ ଅଚଂଳରେ ଠେଲା ଗାଡି ବ୍ୟବସାୟ କରି ରୋଜଗାର କରୁଥିବା ବେଳେ କିଛି ଦିନ ତଳେ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା । ସ୍ତ୍ରୀର ହତ୍ୟା ମାମଲାରେ ବୁଦେବ ଓ ତାଙ୍କ ବାପା ଜେଲରୁ ପାଞ୍ଚ ମାସ ତଳେ ଜାମିନରେ ଆସିଥିଲେ । ଏ ନେଇ ପାରିବାରିକ ସମସ୍ୟା ରହିଥିବାରୁ ପୋଲିସ ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ଘଟଣା ବୋଲି ସନ୍ଦେହ କରୁଛି।
Related Posts
ଭଦ୍ରକରେ ପୋଲ ତଳକୁ ଓଲଟିଲା ଟ୍ରକ୍, ୩ଜଣ ଗୁରୁତର
31 January 2023
ବ୍ୟାଙ୍କ ଲୁଟ୍ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ, ରିମାଣ୍ଡରେ ନେଲା ପୋଲିସ
31 January 2023
ଆମ୍ବୁଲାନ୍ସକୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୫ ଯାତ୍ରୀ
31 January 2023