ପରିତ୍ୟକ୍ତ କୂଅରୁ ମିଳିଲା ଯୁବକଙ୍କ ମୃତଦେହ, ପୋଲିସ ଖୋଜୁଛି କାରଣ

Published By : Prameya-News7 Bureau | November 11, 2023 IST

କଳାହାଣ୍ଡି ୧୧।୧୧ :  ପରିତ୍ୟକ୍ତ କୂଅରୁ ଯୁବକଙ୍କ ଶବ ଉଦ୍ଧାର ହୋଇଛି । କଳାହାଣ୍ଡି ଜିଲ୍ଲା କୋକସରା ଥାନା ଗମ୍ଭାରୀଗୁଡ଼ା ଗାଁର ଏକ କୂଅରୁ ଯୁବକଙ୍କ ମୃତଦେହ ଠାବ ହୋଇଛି । ମୃତକ ସେହି ଗାଁର ଚିନ୍ତାମଣି ପଟେଲଙ୍କ ପୁଅ ଧର୍ମେନ୍ଦ୍ର ପଟେଲ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

wp:embed {"url":"https://www.prameyanews7.com/women-deadbody-found-in-koraput-sukunala-village/","type":"wp-embed","providerNameSlug":"prameya-news-7"}
https://www.prameyanews7.com/women-deadbody-found-in-koraput-sukunala-village/
/wp:embed

ତେବେ କେଉଁ କେଉଁ ପରିସ୍ଥିତିରେ ଯୁବକ କୂଅରେ ପଡି ମୃତ୍ୟୁ ହୋଇଛି,  ତାହା ଅସ୍ପଷ୍ଟ ରହିଛି । ପରିବାରଙ୍କ ନିକଟରୁ ଖବର ପାଇ କୋକସରା ଦମକଳ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କୂଅରୁ ଶବକୁ ଉଦ୍ଧାର କରିଛନ୍ତି । କୋକସରା ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ପୋଲିସ ଶବ ଉଦ୍ଧାର କରି କୋକସରା ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

wp:embed {"url":"https://www.prameyanews7.com/sourav-ganguly-spoke-about-rohit-sharmas-captaincy/","type":"wp-embed","providerNameSlug":"prameya-news-7"}
https://www.prameyanews7.com/sourav-ganguly-spoke-about-rohit-sharmas-captaincy/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.