scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପଣସ ଗଛରୁ ମିଳିଲା ଝୁଲନ୍ତା ମୃତଦେହ, ସାଇଣ୍ଟିଫିକ୍‌ ଟିମ୍‌ର ଖୋଲତାଡ଼

25/09/2023 at 11:37 AM

ଭୁବନେଶ୍ବର୨୫।୦୯ : ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ । ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଡ଼ା-ଜଟଣୀ ରୋଡ ପ୍ରଧାନସାହି ନିକଟ ଜାମିକୋଳି ଗାଁ ନିକଟରୁ ମୃତଦେହ ଠାବ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ସୁନ୍ଦରପଦା-ଜଟଣୀ ରୋଡ ପ୍ରଧାନସାହି ଜାମୁକୋଳି ଗାଁ ନିକଟରେ ଥିବା ଏକ ପଣସ ଗଛରେ ଜଣେ ଯୁବକଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ମୃତଦେହ ନିକଟରେ ଏକ ସ୍କୁଟି ପଡିଥିବାର ମଧ୍ୟ ଦେଖିବାକୁ ମିଳିଛି । ଏହାପରେ ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।  

ସେହିପରି ପୋଲିସ ସାଇଣ୍ଟିଫିକ୍‌ ଟିମ୍ ମଧ୍ୟ ସହଯୋଗ ନେଇଛି । ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ମଧ୍ୟ ଜାରି ରଖିଛି । ତେବେ କେଉଁ କାରଣରୁ ଏଭଳି ମୃତ୍ୟୁ ହୋଇଛି । ତାହାକୁ ନେଇ ଅସ୍ପଷ୍ଟ ରହିଛି ।   

   Related Posts