ରାତିରେ ଘରେ ଶୋଇଥିବାବେଳେ ଯୁବକଙ୍କର ମୃତ୍ୟୁ : ହତ୍ୟା ସନ୍ଦେହ

Published By : Prameya-News7 Bureau | December 23, 2019 IST

 ବାଲେଶ୍ବର ୨୩/୧୨: ରାତିରେ ଘରେ ଶୋଇଥିବାବେଳେ ଯୁବକଙ୍କର ମୃତ୍ୟୁ ଘଟିଛି। ଖଇରା ଥାନା ଅଧିନସ୍ଥ ଗୋଳିହା ପଂଚାୟତର ଗୋଳିହାମାଧବ ଗାଁର ଭରତ ଦାସଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁର  କାରଣ ଅସ୍ପଷ୍ଟ ରହିଛି। ମଦ ପିଇ କିମ୍ବା ହତ୍ୟା କରାଯାଇ ଥିବା ସ୍ତ୍ରୀ ତୁଳସୀ ସନ୍ଦେହ ପ୍ରକାଶ କରିଥିବାବେଳେ ଭରତଙ୍କ ମା କହିଛନ୍ତି ପୁଅ କୁକୁଡା ମାରି ରୋଷେଇ କରିଥିଲା।ସେ ଭାତ ମାଗିବାରୁ ଖାଇ ରାତି ୧୦ଟାରେ ଶୋଇଥିଲେ। ଶୋଇବାର କିଛି ସମୟ ପରେ ସେ ଆଉ ଉଠିନଥିଲେ।

{"id":201341,"sizeSlug":"large"}

 ଦିନ ତମାମ ପୁଅ ବୋହୂ କଳି ଲାଗିଥିଲେ। ପୁଅ ଭରତଙ୍କ ମୃତ୍ୟୁରେ ମା ହତବାକ ହୋଇ ପଡିଛନ୍ତି।  ଖବର ପାଇ ଖଇରା ପୁଲିସ ତଦନ୍ତ କରୁଛି। ନିକଟସ୍ଥ ପତିରାଜପୁର ଗୋଳିହାମାଧବ ଗାଁରେ ବ୍ୟାପକ ଚୋରା ମଦ ବିକ୍ରି ଯୋଗୁଁ ଅଧିକାଂଶ ପରିବାରର ପୁରୁଷ ମଦ ପିଇ ଧନ ସମ୍ପତ୍ତି ନଷ୍ଟ କରିବା ସହିତ ରୋଗରେ ପଡି ମୃତ୍ୟୁ ବରଣ କରୁଛନ୍ତି। ପୁଲିସ ଅବକାରୀ ବିଭାଗ ନିଷ୍କ୍ରିୟ ନେଇ ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.