ଯୁବକଙ୍କ ଗଳା କାଟି ନିର୍ମମ ହତ୍ୟା

Published By : Prameya-News7 Bureau | June 12, 2019 IST

ପାଲଲହଡା ୧୨|୬: ଯୁବକଙ୍କ ଗଳାକାଟି ହତ୍ୟା କରାଯାଇଛି । ପାଲଲହଡା ଥାନା ଅନ୍ତର୍ଗତ ମୁକ୍ତାପୁର ରାଧାସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ରାଧାସାହିର ଭାଇଗ ନାଏକଙ୍କ ପୁଅ ପ୍ରଶ୍ନ ନାଏକ ।

{"id":122225}

ସୂଚନାଯୋଗ୍ୟ ଯେ, ଗତକାଲି ସନ୍ଧ୍ୟା ସମୟରେ ଗାଁ ନିକଟସ୍ଥ କେନାଲକୁ ଗାଧୋଇବା ପାଇଁ ଯାଇଥିଲେ ପ୍ରଶ୍ନ । ମାତ୍ର ସେ ଆଉ ଘରକୁ ଫେରିନଥିଲେ । ଘରଲୋକ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କୁ ପାଇନଥିଲେ । ବିଳମ୍ବିତ ରାତିରେ ଗାଁ ନିକଟରେ ଗଳା କଟା ହୋଇଥିବା ମୃତଦେହେ ପଡିଥିବାର ଗ୍ରାମବାସୀ ଦେଖିଥିଲେ । ଫଳରେ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି । ତେବେ ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.