ଯୁବକଙ୍କ ମୃତଦେହ ଉଦ୍ଧାର, ଅତ୍ୟଧିକ ନିଶା ଯୋଗୁଁ ମୃତ୍ୟୁ ସନ୍ଦେହ

Published By : Prameya-News7 Bureau | January 10, 2020 IST

ନୀଳଗିରି ୧୦।୧: ବାଲେଶ୍ଵର ଜିଲ୍ଲା ନୀଳଗିରି ଗୋପବନ୍ଧୁ ଛାତ୍ରାବାସ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳୁ ଯୁବକ ଜଣଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ ଗ୍ରାମବାସୀ । ମୃତ ଯୁବକ ଜଣଙ୍କ ଆମ୍ବଡ଼ିହା ଗ୍ରାମର ନିରଞ୍ଜନ ମଲ୍ଲିକଙ୍କ ପୁଅ ରାଜେଶ ମଲ୍ଲିକ । ତାଙ୍କ ବୟସ ୩୪ ବର୍ଷ ।

{"id":209302,"sizeSlug":"large"}

ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ତାଙ୍କର ରକ୍ତ ବାନ୍ତି ହୋଇଥିବା ଜଣାପଡିଛି। ଅତ୍ୟଧିକ ନିଶା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବଟିକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.