ରାସ୍ତା କଡରୁ ଯୁବକଙ୍କ ମୃତଦେହ ଉଦ୍ଧାର ; ହତ୍ୟା ସନ୍ଦେହ
19/01/2019 at 12:30 PM

ଜଳେଶ୍ବର ୧୯|୧: ବାଲେଶ୍ବର ଜିଲ୍ଲା ଜଳେଶ୍ବରରେ ରାସ୍ତା କଡରେ ଏକ ମୃତଦେହ ଉଦ୍ଧାର ହୋଇଛି । ମୃତକ ହଲେ ଭୋଗରାଇ ବ୍ଲକ ସୋହରିଆ ଗାଁର ରବୀନ୍ଦ୍ର ଗିରି । ମୃତଦେହ ଦେଖି ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ ଜମିଥିଲା । ଖବର ପାଇ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ସୂଚନା ଅନୁସାରେ ଭୋଗରାଇ ବ୍ଲକ ସୋହରିଆ ଗାଁର ରବୀନ୍ଦ୍ର ଗିରି ଗତକାଲି ରାତିରେ ସ୍ଥାନୀୟ ଦେଉଳା ହାଟକୁ ସଉଦା କିଣିବା ପାଇଁ ଯାଇଥିଲେ । ମାତ୍ର ସେ ଆଉ ଘରକୁ ଫେରି ନଥିଲେ । ପରିବାର ଲୋକେ ବହୁ ଖୋଜା ଖୋଜି କରଥିଲେ ମଧ୍ୟ ତାଙ୍କ ପତ୍ତା ପାଇ ନଥିଲେ । ଆଜି ସକାଳେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତେବେ ତାଙ୍କୁ କେହି ମାରି ଦେଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି । ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ କହିଛି ।
Related Posts
ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଓ ୩ ଗୁରୁତର
28 January 2023
କାଳେସୀ ଲାଗି ପାଣିକୁ ଡେଇଁଲେ ବୃଦ୍ଧ, ଚାଲିଗଲା ଜୀବନ
28 January 2023