oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ଭଞ୍ଜବିହାର କ୍ୟାମ୍ପସ୍‌ରେ ବାଘ ! ଭୟଭୀତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ, ବନ ବିଭାଗର ପାଟ୍ରୋଲିଂ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୨୨ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଉଗ୍ରରୂପ ରୂପ ନେଲା ପାରିବାରିକ କଳହ, ଜୀବନ ହାରିଦେଲେ ଜିଲ୍ଲା ପରିଷଦ ସଭ୍ୟ
  • ||
  • ୫ ଦୋକାନ ଉପରେ ଚଢିଗଲା ସାର ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୧୪ କର୍ମଚାରୀ
  • ||
  • ପୂଜାରେ ଭିଜିବ ପାର୍ବଣ, ଲଘୁଚାପ ପ୍ରଭାବରେ ୨୬ରୁ ୨୯ ଯାଏ ନିର୍ଦ୍ଧୁମ ଛେଚିବ
  • ||

ଜଙ୍ଗଲରେ ଯୁବକଙ୍କୁ ନିର୍ମମ ହତ୍ୟା, ମୃତଦେହ ନିକଟରୁ ମଦ ବୋତଲ ଓ ଗାଡି ଜବତ

19/12/2019 at 9:52 AM

ବଣାଇ ୧୯।୧୨: ପଥରରେ ଛେଚି ଯୁବକକୁ ହତ୍ୟା । ଜଙ୍ଗଲରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ କେନ୍ଦ୍ରୀକଲା ନିକତବର୍ତ୍ତୀ ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଜଙ୍ଗଲରେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଥବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା । କ୍ଷତବିକ୍ଷତ ଅବସ୍ଥାରେ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ଘଟଣାସ୍ଥଳରୁ ମଦ ବୋତଲ, ଗାଡି ମଧ୍ୟ ଜବତ କରିଛି ପୋଲିସ । ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ଯୁବକଙ୍କୁ କେହି ହତ୍ୟା କରି ଜଙ୍ଗଲରେ ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି । ଯୁବକଙ୍କ ପ୍ରକୃତ ପରିଚୟ ମିଳିନଥିବା ବେଳେ ତାଙ୍କ ଘର ରାଉରକେଲା ଜଲଦା ଅଞ୍ଚଳରେ ବୋଲି ଜଣାପଡିଛି । ପୋଲିସର ତଦନ୍ତ ପରେ ଘଟଣା ସଂପର୍କରେ ଜଣାପଡିବ ।

   Related Posts