ଧାମନଗର କୋଚିଲା ନାୟକାଣି ଘାଟରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
27/09/2018 at 11:41 AM

ଭଦ୍ରକ ୨୭|୯: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ କୋଚିଲା ନାୟକାଣି ଘାଟରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ପଧାନୀ ପଞ୍ଚାୟତ କୁଟୁରିଆ ଗାଁର ସନ୍ତୋଷ ରାଉତ । ମଙ୍ଗଳବାର ସଂଧ୍ୟାରେ ସେ ବୈତରଣୀ ନଦୀକୁ ଶୌଚ ହେବାକୁ ଯାଇ ଆଉ ଫେରିନଥିଲେ । ଆଜି ସକାଳୁ ନାୟକାଣି ଘାଟରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେହିପରି ପଧାନୀ ପଞ୍ଚାୟତ ରାମରାକୁଳ ଗାଁର ସସ୍ମିତା ସାହୁ କୋଚିଳା ନଦୀକୁ ଶୌଚ ହେବାକୁ ଯାଇ ଆଉ ଘରକୁ ଫେରିନାହାନ୍ତି । ସେ ନଦୀରେ ଭାସିଯାଇଥିବା ସନ୍ଦେହ କରାଯାଉଛି ।
Related Posts
ଦୁଇ ବାଇକ୍ ଧକ୍କା; ୨ ମୃତ ୩ ଗୁରୁତର
28 January 2023