ପୋଖରୀରୁ ଯୁବକଙ୍କ ହାତ ଗୋଡ ବନ୍ଧା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ପରିବାରଲୋକ

Published By : Prameya-News7 Bureau | January 16, 2020 IST

ଚଣ୍ଡିଖୋଲ ୧୬।୧: ପୋଖରୀରୁ ହାତ ଗୋଡ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଦୁଇ ଦିନ ହେବ ନିଖୋଜ ଥିଲେ । ମୃତକ ଜଣଙ୍କ ଜଗତପୁର ଅଞ୍ଚଳର ବଳରାମ ବାରିକ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

{"id":211910,"sizeSlug":"large"}

ସୂଚନାଯୋଗ୍ୟ ଯେ, ୫ନଂ ଜାତୀୟ ରାଜପଥ ଶ୍ରୀରାମପୁର ଟୋଲ୍ ଗେଟ୍ ନିକଟ ରାସ୍ତା କଡରୁ ଏକ ପୋଖରୀରୁ ହାତ ଗୋଡ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଆଜି ସକାଳୁ ସକାଳୁ ସ୍ଥାନୀୟ ଲୋକେ ମୃତଦେହ ଦେଖିବା ପରେ ପୋଲିସ କୁ ଖବର ଦେଇଥିଲେ। ମୃତକ ଜଣଙ୍କ ଜଗତପୁର  ଅଞ୍ଚଳର ବଳରାମ ବାରିକ ବୋଲି ଜଣାପଡିଛି । ଖବର ପାଇ ବଡଚଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

{"id":211912,"sizeSlug":"large"}

ମୃତ ଯୁବକ ଜଣଙ୍କ ପାରାଦ୍ବୀପ  ଅଞ୍ଚଳର ଟ୍ରକ୍ ଚଳାଉ ଥିବାବେଳେ ସେ ଦୁଇ ଦିନ ହେବ ନିଖୋଜ ଥିଲେ । ତାଙ୍କ ଟ୍ରକଟି ଦୁଇଦିନ ପୂର୍ବରୁ ଦୁର୍ବୃତମାନେ ଚୋରି କରି ନେଇ ଯାଇଥିବା ବେଳେ ତାଙ୍କୁ ମର୍ମନ୍ତୁଦ ଅବସ୍ଥାରେ ମାରି ଦେଇଥିବା ତାଙ୍କ ବାପା ଜଇରାମ ବାରିକ ଅଭିଯୋଗ କରିଛନ୍ତି । ଏନେଇ ପୂର୍ବରୁ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.