ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ମାଛକୁଣ୍ଡ ଜଳ ଭଣ୍ଡାରରେ ବୁଡି ନିଖୋଜ ହୋଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର

31/10/2019 at 1:45 PM

ଲମତାପୁଟ ୩୧।୧୦: କୋରାପୁଟ ଜିଲ୍ଲା ଲମତାପୁଟ ମାଛକୁଣ୍ଡ ଜଳଭଣ୍ଡାରରେ ବୁଡି ନିଖୋଜ ହୋଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ।  ମାଛକୁଣ୍ଡ ଜଳଭଣ୍ଡାର ଆମ୍ବ।ପଡ଼ା ଘାଟରୁ ମିଳିଛି ମୃତଦେହ ।

ସୂଚନାଯୋଗ୍ୟ ଯେ, ଗତ ୨୮ ତାରିଖ ସନ୍ଧ୍ୟାରେ ସାପ୍ତାହିକ ଗୁନେଇପଡା ହାଟକୁ ଯାଇଥିଲେ ଚିତ୍ରସେନ ଖରା । ପନିପରିବା ବିକ୍ରି କରି ସେ ନିଜ ଘର ଆମ୍ବାପଡାକୁ ସାନ୍ଧ୍ୟ ସମୟରେ ଫେରୁଥିଲେ । ତାଙ୍କ ସହ ତାଙ୍କ ଭଣଜା ମଧ୍ୟ ସାଥିରେ ଥିଲେ । ନଦୀ ଘାଟରେ ଭଣଜା ଶୌଚ ହେବାକୁ ଯାଇଥିବା ବେଳେ ଚିତ୍ରସେନ ନଦୀ ଆରପାରିରେ ଥିବା ଡଙ୍ଗାକୁ ଦେଖି ନଦୀରେ ପହଁରି ପହଁରି ଯିବା ପାଇଁ ଉଦ୍ୟମ କରିଥିଲେ । ସେହି ସମୟରେ ସେ ଜଳ ଭଣ୍ଡାରରେ  ନିଖୋଜ ହୋଇଯାଇଥିଲେ ବୋଲି ଭଣଜା କହିଥିଲେ । ଅନ୍ୟପକ୍ଷରେ ଗତକାଲି ଅଗ୍ନିଶମ ବିଭାଗ  ନିଖୋଜ ବ୍ୟକ୍ତିଙ୍କୁ ଜଳଭଣ୍ଡାରରେ ଖୋଜିଥିଲା କିନ୍ତୁ ସଫଳ ହୋଇନଥିଲା । ଆଜି ଜଳଭଣ୍ଡାରରେ ମୃତଦେହ ଭାସୁଥିବା ଦେଖି ଗ୍ରାମବାସୀ କୂଳକୁ ଆଣିଛନ୍ତି ।  ଘଟଣାସ୍ଥଳରେ ମାଛକୁଣ୍ଡ ପୋଲିସ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି   ।

   Related Posts