ଦୁଇ ମହଲା କୋଠା ଉପରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

Published By : Prameya-News7 Bureau | June 26, 2019 IST

ବଡବିଲ ୨୬|୬: କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଜୁରୁଡ଼ି ଅଂଚଳରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି ଘସିପୁରା ଥାନା ଶୈଲଙ୍ଗ ଗ୍ରାମର ସୟ କୁମାର ପୁହାଣ । ସୟ, ଜି. ଡି. ସିଙ୍ଘାନିଆ ନାମକ ଠିକା ସଂସ୍ଥା ଅଧିନରେ ରହି ରୁଙ୍ଗଟା ମାଇନ୍ସରେ କାମ କରୁଥିଲେ ଏବଂ ଜୁରୁଡ଼ି ବସ୍ତିରେ ଥିବା ଜିତୁ ଜୟସୁଆଲଙ୍କ ଭଡ଼। ଘରେ ରହି ଆସୁଥିଲେ ।

ଗତକାଲି ରାତିରେ, ସେ ରହୁଥିବା ଦୁଇ ମହଲା କୋଠା ଉପରେ ଥିବା ଏକ ପାଇପ୍ ଖୁଂଟରେ ଝୁଲୁଥିବାର କିଛି ଲୋକ ଦେଖିଥିଲେ । ଏନେଇ ବାମେବାରୀ ପୋଲିସକୁ ସୂଚନା ଦିଆଯିବା ପରେ ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି ।

ସୟ ଏକ ବେଡସିଟକୁ ବେକରେ ବାନ୍ଧି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ବାମେବାରୀ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଏହା ପଛରେ କାରଣ କ'ଣ ରହିଛି ସନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.