ପିକନିକ୍ ଯିବା ହେଲା କାଳ, ୨ ଦିନ ପରେ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

Published By : Prameya-News7 Bureau | November 20, 2023 IST

ଟିଟିଲାଗଡ ୨୦।୧୧: ଦୁଇ ଦିନ ପରେ ମିଳିଛି ନିଖୋଜ ଯୁବକଙ୍କ ମୃତଦେହ । ଯୁବକ ଜଣଙ୍କ ବଲାଙ୍ଗିର ସହରର ପେଲେସ ଲାଇନ୍ ବାସିନ୍ଦା ବୋଲି ଜଣାପଡିଛି । ମୃତକ ହେଲେ ରାକେଶ ପୁରୋହିତ ।

ସୂଚନାଯୋଗ୍ୟ ଯେ, ଗତ ଦୁଇ ଦିନ ଆଗରୁ ଅବସରବିନୋଦନ ପାଇଁ ସାଙ୍ଗମାନଙ୍କ ସହ ବଣଭୋଜି କରିବାକୁ ଗୁଡଭେଲା ବ୍ଲକ୍ ଜାମୁଟରେ ଥିବା ଖାଡଙ୍ଗ ନଦୀର ଗୁଦଗୁଦା ଜଳପ୍ରପାତକୁ ଆସିଥିଲେ । ଗାଧୋଉଥିବା ସମୟରେ ଅସାବଧାନତା ବଶତଃ ସେ ନଦୀ ସ୍ରୋତରେ ଭାସିଯାଇଥିଲେ । ତେବେ ମଙ୍ଗଳବାର ତାଙ୍କ ମୃତଦେହକୁ ନଦୀ ଭିତରୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଘଟଣାସ୍ଥଳରେ ତୁଷରା ପୋଲିସ ପହଞ୍ଚି ଅଧିକ ତଦନ୍ତ କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ବଲାଙ୍ଗିର ପଠାଇଥିବା ସୂଚନା ମିଳିଛି ।

You Can Read :

wp:embed {"url":"https://www.prameyanews7.com/one-died-and-another-critical-after-bike-accident-i-n-keonjhar/","type":"wp-embed","providerNameSlug":"prameya-news-7"}
https://www.prameyanews7.com/one-died-and-another-critical-after-bike-accident-i-n-keonjhar/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.