ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଏସପି କାର୍ଯ୍ୟାଳୟ ଘେରିଲା ଯୁବ କଂଗ୍ରେସ, ପୋଲିସର ଦମନଲିଳା ବିରୋଧରେ ବିକ୍ଷୋଭ

13/12/2021 at 3:03 PM

ପୁରୀ ୧୩/୧୨: ମମିତା ମେହେରକୁ ନ୍ୟାୟ ଦାବିରେ କଂଗ୍ରେସର ବିକ୍ଷୋଭ । ଏହାସହ କଂଗ୍ରେସ କାର୍ଯ୍ୟାଳୟ ମଧ୍ୟରେ ରାଜ୍ୟ ପୋଲିସର ପ୍ରବେଶ ଓ ଦମନଲିଳା ବିରୋଧରେ ପୁରୀ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଶୋଭାଯାତ୍ରା ସହ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଦଳ ଅଭିଯୋଗ ଆଣିଛି ଯେ ମମିତା ମେହେରକୁ ନ୍ୟାୟ ଦେବା ପାଇଁ ରାଜ୍ୟ ଛାତ୍ର କଂଗ୍ରେସ ପକ୍ଷରୁ ଗତ ୧୦ ତାରିଖରେ ବିଧାନସଭା ଘେରାଉ କରାଯାଉଥିଲା ।

ତେବେ ସରକାର ପୋଲିସର ଅପବ୍ୟବହାର କରି କଂଗ୍ରେସ କାର୍ଯ୍ୟାଳୟ ମଧ୍ୟରେ ପ୍ରବେଶ କରି ଛାତ୍ର କଂଗ୍ରେସ ପିଲାଙ୍କୁ ଅମାନୁଷିକ ଭାବେ ମାଡ ମାରିଥିଲେ । ଏଥିରେ ସମ୍ପୃକ୍ତ ପୋଲିସ କର୍ମଚାରୀ ଓ ଅଧିକାରୀଙ୍କୁ ସସପେଣ୍ଡ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ବ୍ୟାପକ କରାଯିବ ବୋଲି ପୁରୀ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି।

   Related Posts