ମହିଳା କଂଗ୍ରେସ ପରେ ଯୁବ କଂଗ୍ରେସ ମଧ୍ୟ ପିସିସି ସଭାପତି ନିରଞ୍ଜନଙ୍କ କାର୍ଯ୍ୟକଳାପ ନେଇ ଓଗାଳିଲା ବିଷ

Published By : Prameya-News7 Bureau | April 07, 2019 IST

ଭୁବନେଶ୍ବର୭\୪: ପ୍ରଦେଶ କଂଗ୍ରେସରେ ଦିନକୁ ଦିନ ଅସନ୍ତୋଷ ବଢିବାରେ ଲାଗିଛି । ମହିଳା କଂଗ୍ରେସ ପରେ ପୁଣି ଯୁବ କଂଗ୍ରେସ ପିସିସି ସଭାପତଙ୍କ କାର୍ଯ୍ୟକଳାପକୁ ସମାଲୋଚନା କରିଛି । ନିରଂଜନ ଦଳର ଭଲ ପାଇଁ କୌଣସି କାମ କରୁନାହାନ୍ତି , ନିଜ ଇଚ୍ଛାରେ ଟିକେଟ ବାଣ୍ଟୁଛନ୍ତି ବୋଲି ଯୁବକଂଗ୍ରେସର ସଭାପତି ଲୋକନାଥ ମହାରଥା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଚଳିତ ଥର ଟିକେଟ ବଣ୍ଟନରେ ଯୁବ ବର୍ଗଙ୍କୁ ପ୍ରାଧାନ୍ୟ ଦିଆଯାଇନଥିବା ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ବିଜୟ ସମ୍ଭାବନା ଦେଖି ପ୍ରାର୍ଥୀ ଦେବା ବଦଳରେ ଯିଏ ଯେଉଁଠି ହାରିବ ତାକୁ ସେଠାରେ ପ୍ରାର୍ଥୀ କରାଯାଉଛି । ପିସିସ ସଭାପତିଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ଲୋକନାଥ କହିଛନ୍ତି ଯେ, ସେ ପ୍ରତିବାଦ କରି ଦଳ ଛାଡିବେ ନାହିଁ । ବରଂ ଦଳ ଭିତରେ ରହି ଅନ୍ୟାୟ ବିରୋଧରେ ସ୍ବରୋତ୍ତଳନ କରିବେ ।

ସୂଚନାଯୋଗ୍ୟ ଯେ, ସମାନ ଅଭିଯୋଗ କରି ମହିଳା କଂଗ୍ରେସର ସଭାନେତ୍ରୀ ସୁମିତ୍ରା ଜେନା ନିଜ ସମର୍ଥକଙ୍କ ସହ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ । ସୁମିତ୍ରା ଭଦ୍ରକ ବିଧାନସଭା ଆସନରୁ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ ।ତେବେ ଆଜି ପ୍ରକାଶ ପାଇଥିବା ପ୍ରାର୍ଥୀ ତାଲିକାରେ ନଳିନୀ କାନ୍ତ ମହାନ୍ତିଙ୍କୁ ସେଠାରେ ପ୍ରାର୍ଥୀ କରାଯାଇଛି । ସେଥିପାଇଁ ଆଜି ସୁମିତ୍ରା ଦଳ ଛାଡିବେ ବୋଲି ଧମକ ଦେଇଛନ୍ତି ।

wp:core-embed/youtube {"url":"https://www.youtube.com/watch?v=KnEwCZ9-KIo","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=KnEwCZ9-KIo
/wp:core-embed/youtube

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.