ଧାର ଟଙ୍କା ସୁଝି ନପାରି ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା
8/10/2018 at 12:22 PM

ଚଣ୍ଡିଖୋଲ ୮/୧୦ : ଯାଜପୁର ଜିଲ୍ଲା ଧର୍ମଶାଳା ଅନ୍ତର୍ଗତ ଅଭୟପୁର ପଂଚାୟତ ଦିଗାମ୍ବରପୁର ଗ୍ରାମର କାଳନ୍ଦୀ ଖଟୁଆ ଜଣେ ରାଜମିସ୍ତ୍ରୀ ଭାବେ କରୁଥିଲେ | ସେ ଏକମାଣ ଜମି ଧାନଚାଷ କରୁଥିଲେ । ତାଙ୍କ ସ୍ତ୍ରୀ ଜଣେ ହୃଦରୋଗୀ । ଚିକିତ୍ସା ପାଇଁ ଅନେକ ଜାଗାରୁ ଧାର କରଜ କରିଥିଲେ । ପ୍ରାୟ 3 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ସେ ଧାର କରିଥିଲେ । ସୋସାଇଟି, ବନ୍ଦନା, ମହିଳା ସମିତି ଠାରୁ କରଜ କରିଥିବା ବେଳେ କରଜ ସୁଝି ପାରିନଥିଲେ । ବାରମ୍ବାର ଲୋକ ବାକି ଟଙ୍କା ମାଗିବାରୁ ସେ ନ ଦେଇ ପାରି ଆଜି ବିଷ ଖାଇ ଆତ୍ମହତ୍ୟା କରିଛନ୍ତି । ଘଟଣାସ୍ଥଳରେ ଧର୍ମଶାଳା ପୋଲିସ ପହଂଚି କାଳନ୍ଦିଙ୍କ ଶବକୁ ବଡ଼ଚଣା ମେଡ଼କାଲକୁ ବ୍ୟବଛେଦ ପାଇଁ ପଠାଇଛି ।
Related Posts
ଦୁଇ ବାଇକ୍ ଧକ୍କା; ୨ ମୃତ ୩ ଗୁରୁତର
28 January 2023