ନୀଳଗିରିରେ ବେକ କାଟି କୂଅକୁ ଡେଇଁଲେ ଯୁବକ

Published By : Prameya-News7 Bureau | September 27, 2018 IST

ବାଲେଶ୍ବର ୨୭|୯: ବେକ କାଟି କୂଅକୁ ଡେଇଁଲେ ଯୁବକ । ବାଲେଶ୍ବର ଜିଲ୍ଲା ନୀଳଗିରି ଗରଡିହି ପଞ୍ଚାୟତ ବରସାହି ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ଯୁବକ ହେଲେ ଦଶରା ସିଂଙ୍କ ପୁଅ ଗୌରା ସିଂ । ଆଜି ଭୋର ସମୟରେ ଗୌରା ଏକ ଛୁରୀରେ ନିଜ ବେକକୁ କାଟିବାକୁ ଉଦ୍ୟମ କରିଥିଲେ । ସ୍ତ୍ରୀ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ତାଙ୍କୁ ଠେଲିଦେଇ କୂଅକୁ ଡେଇଁ ପଡିଥିଲେ । ଘଟଣା ଜଣାପଡିବା ପରେ ଗାଁ ଲୋକେ ଆସି କୂଅ ପାଖରେ ରୁଣ୍ଡ ହୋଇଯାଇଥିଲେ । ଏତେ ଗଭୀର କୂଅରୁ କେହି ତାଙ୍କୁ ବାହାର କରିବାକୁ ସାହସ କରିନଥିଲେ । ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ବି ମୃତଦେହ ଉଦ୍ଧାର ହୋଇପାରିନି । ଓଡ୍ରାଫ୍ ଟିମ୍ ପହଞ୍ଚି ମୃତଦେହ ଉଦ୍ଧାର କରିବାକୁ ଉଦ୍ୟମ କରୁଛି । ସେ କେଉଁ କାରଣରୁ ସେ ଆତ୍ମହତ୍ୟା କଲେ ତାହା ଜଣାପଡିନି । ତେବେ ସେ ଜଣେ ମାନସିକ ରୋଗୀ ଥିବା କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.