ବିଜୁଳି ଖୁଣ୍ଟରେ ଚଢ଼ିଗଲେ ଯୁବକ, ଚିତ୍କାର କଲେ ‘ପୂଜା ଆଇ ଲଭ୍ ୟୁ’, ଭାଇରାଲ ହେଉଛି ଭିଡିଓ…
25/12/2022 at 9:26 PM

ନୂଆଦିଲ୍ଳୀ, ୨୫/୧୨: ଭଲପାଇବା ପାଇଁ ଲୋକେ କିଛି ବି କରିଥାନ୍ତି। ଫିଲ୍ମରେ ବି ଭିନ୍ନ ଭିନ୍ନ ଉପାୟରେ ଲୋକେ ନିଜ ଭଲପାଇବାକୁ ପ୍ରକାଶ କରିଥାନ୍ତି। କିଛି କିଛି ଅତରଙ୍ଗୀ ଉପାୟ ମଧ୍ୟ ଆପଣାଇଥାନ୍ତି। ଏବେ ଏହି ପରି ଜଣେ ନିଜ ଭଲପାଇବାକୁ ପ୍ରକାଶ କରିବାକୁ କିଛି ଅଜବ ହରକତ କରିଛନ୍ତି। କାରଣ ବ୍ୟକ୍ତି ଜଣକ ଭଲପାଉଥିବା ଯୁବକଙ୍କୁ ପ୍ରପୋଜ୍ କରିବାକୁ ଆପଣାଇଥିଲେ ପୂରା ଭିନ୍ନ ଉପାୟ। ଆଉ ଚଢ଼ିଯାଇଥିଲେ ବିଜୁଳି ଖୁଣ୍ଟରେ। ତେବେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଅଜବ ହରକତ କରୁଥିବା ଏହି ବ୍ୟକ୍ତିଙ୍କ ଭାଇରାଲ ହେଉଥିବା ଭିଡିଓକୁ ଦେଖି କାହର ବି ଲୋମ ଟାଙ୍କୁରୀ ଉଠିବ। ଏହା କୌଣସି ଫିଲ୍ମର ସିନ୍ ନୁହେଁ। ଯୁବକ ଜଣକ ସତରେ ଯୁବତୀଙ୍କୁ ପ୍ରପୋଜ୍ କରିବା ପାଇଁ ବିଜୁଳି ଖୁଣ୍ଟରେ ଚଢ଼ିଯାଇଥିଲେ। ଆଉ ନିଜ ଜୀବନକୁ ବାଜିରେ ଲଗାଇଦେଇଥିଲେ। ଖାଲି ସେତିକି ନୁହେଁ ‘ପୂଜା ଆଇ ଲଭ୍ ୟୁ’ ବାରମ୍ବାର କହି ଚିତ୍କାର ମଧ୍ୟ କରୁଥିଲେ।
ଭିଡିଓରେ ଦେଖାଯାଉଛି ଯେ ବିଜୁଳି ଖୁଣ୍ଟରେ ଚଢ଼ିଥିବା ବ୍ୟକ୍ତିଙ୍କ ହାତରେ ମୋବାଇଲ ଧରିଛନ୍ତି ଏବଂ ଭିଡିଓ କଲ୍ରେ ପୂଜା ନାମକ କେହି ଯୁବତୀଙ୍କୁ ପ୍ରପୋଜ କରୁଛନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ ସମସ୍ତେ ଏହି ବ୍ୟକ୍ତିଙ୍କ କାରନାମା ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି। ଅବଶ୍ୟ ଏହି ଭିଡିଓ କେଉଁ ସ୍ଥାନର ଏବଂ କେଉଁ ସମୟର ତାହା ଜଣାପଡ଼ିନାହିଁ।