‘ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର୍ ମୁଁ ତିଆରି କରିଛି’: ସୁରତର ବ୍ୟକ୍ତିଙ୍କୁ ବାନ୍ଧିଲା ପୋଲିସ
29/08/2023 at 11:23 PM

ମହଙ୍ଗା ପଡ଼ିଲା ଲୋକଙ୍କୁ ଭୂଆଁ ବୁଲାଇବା। ନିଜକୁ ଇସ୍ରୋର ବୈଜ୍ଞାନିକ କହି ଗିରଫ ହେଲା ଠକ। ନିଜେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ତିଆରି କରିଥିବା ନେଇ କହୁଥିବା ଠକକୁ ଗିରଫ କରିଛି ପୋଲିସ। ଅଭିଯୁକ୍ତର ନାମ ମିତୁଲ ତ୍ରିବେଦୀ।
ସାରା ଦେଶରେ ଏବେ ଚନ୍ଦ୍ରଯାନ-୩କୁ ନେଇ ଚର୍ଚ୍ଚା। ଇସ୍ରୋ ବୈଜ୍ଞାନିକଙ୍କ ବଡ଼ ସଫଳତାକୁ ନେଇ ବିଶ୍ୱବ୍ୟାପୀ ପ୍ରଶଂସା। ଗତ ଅଗଷ୍ଟ ୨୩ରେ ସଫଳତାର ସହ ଚନ୍ଦ୍ରଯାନ-୩ ମିଶନରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠ ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିଥିଲା। ଯାହା ଭାରତ ପାଇଁ ବଡ଼ ବିଜୟ ଥିଲା। ତେବେ ଏଭଳି ବିଜୟକୁ ନିଜର ସଫଳତା ନେଇ ଯୋଡୁଥିଲା ଗୁଜରାଟ ସୁରଟ ଅଞ୍ଚଳର ବ୍ୟକ୍ତି ମିତୁଲ ତ୍ରିବେଦୀ।
ସୂଚନା ଅନୁସାରେ ମିତୁଲ ନିଜକୁ ଇସ୍ରୋର ବୈଜ୍ଞାନିକ ଓ ସେ ନିଜେ ହିଁ ଲ୍ୟାଣ୍ଡର ବିକ୍ରମର ଡିଜାଇନ୍ କରିତିବା ନେଇ ଦାବି କରିଥିଲେ। ତ୍ରିବେଦୀ ନିଜକୁ ଇସ୍ରୋର ଆସିଷ୍ଟାଣ୍ଟ ଚେୟାରମ୍ୟାନ ଭାବେ ପରିଚୟ ଦେଉଥିଲେ। ଏପରିକି ଗତ ୨୦୨୨ରେ ନକଲି ଆପଏଣ୍ଟମେଣ୍ଟ ଲେଟର ଦେଇଥିଲେ। ଏପରିକି ତାର ପରବର୍ତ୍ତୀ ପ୍ରୋଜେକ୍ଟ mercury force in space ବୋଲି କହିଥିଲା।
Chandrayaan 3 : ચંદ્રયાન-3ની ડિઝાઈનમાં સહભાગી સુરતના મિતુલ ત્રિવેદી સાથે ખાસ વાતચીત #chandrayaan3 #design #mitultrivedi #surat #Chandrayan3 #chandrayaan3 #isro #launching #gujaratfirst #Sriharikota #missionmoon #MissionChandrayaan #CHANDRAYAAN_3 #Chandrayaan3Mission… pic.twitter.com/0pJjiF7gdZ
— Gujarat First (@GujaratFirst) August 24, 2023
ଘଟଣାର ତଦନ୍ତ କରାଯିବା ପରେ ତ୍ରିବେଦୀଙ୍କ ଇସ୍ରୋ କିମ୍ବା ଚନ୍ଦ୍ରଯାନ-୩ ମିଶନ ସହ କୌଣସି ସମ୍ପୃକ୍ତି ନଥିବା ଜାଣିବାକୁ ପାଇଥିଲା। l ତେବେ ଗଣମାଧ୍ୟମକୁ ମିଛ କଥା କହି ଭୁଆଁ ବୁଲାଉଥିବା ବେଳେ ଧରିଥିଲା ପୋଲିସ। ସୁରତ ସିଟି କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।