ଅସୁସ୍ଥ ହୋଇ ଦିଲ୍ଲୀରୁ ଫେରିଲେ ଯୁବକ, କରୋନା ଭୟରେ ଘରେ ତାଲା ପକାଇ ପଳାଇଲେ ଗ୍ରାମବାସୀ

Published By : Prameya-News7 Bureau | March 09, 2020 IST

ଲକ୍ଷ୍ନୌ, ୦୯|୦୩:  ଉତ୍ତର ପ୍ରଦେଶର ମହାରାଜଗଞ୍ଜରେ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାକାର ଅମବା ପଞ୍ଚାୟତରେ ଶନିବାର ଦିଲ୍ଲୀରୁ ଆସିଥିବା ଜଣେ ଯୁବକଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ଗ୍ରାମବାସୀ କରୋନା ସନ୍ଦେହ କରି ଘର ଛାଡି ପଳାଇଛନ୍ତି।

{"id":235459,"width":754,"height":566,"sizeSlug":"large"}

ଯୁବକଙ୍କ ଆଖପାଖରେ ରହୁଥିବା ପ୍ରାୟ ୧୨ଟି ଘରର ଲୋକ ଘରେ ତାଲା ପକାଇ ପଳାଇଛନ୍ତି। କରୋନା ଭୟ ଗ୍ରାମରେ ଏତେ ପରିମାଣରେ ସୃଷ୍ଟି ହୋଇଛି ଯାହାର ପରିଣାମ ସ୍ୱରୂପ ଏପରି ଘଟଣା ଦେଖିବାକୁ ମିଳିଛି ବୋଲି କୁହାଯାଉଛି। ଅମବାର ଜଣେ ଯୁବକ ଦିଲ୍ଲୀରେ କାମ କରୁଥିଲେ। ହଠାତ ତାଙ୍କ ଦେହ ଖରାପ ହୋଇଥିଲା। ତେଣୁ ସେ ଗ୍ରାମକୁ ଚାଲି ଆସିଥିଲେ।

{"id":235461,"width":752,"height":602,"sizeSlug":"large"}

ତାଙ୍କୁ ଦେଖିବା ପାଇଁ ଗ୍ରାମର କିଛି ଲୋକ ପହଁଚିଥିଲେ। କିନ୍ତୁ ଜଣେ ବ୍ୟକ୍ତି ସେ କରୋନାରେ ଆକ୍ରାନ୍ତ ବୋଲି ଗୁଜବ ସୃଷ୍ଟି କରିଥିଲେ। ଏହାପରେ ରବିବାର କିଛି ଲୋକ ଘର ଛାଡି ପଳାଇଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡଃ ଏକେ ଶ୍ରୀବାସ୍ତବ କହିଛନ୍ତି ଯେ, ପୀଡିତ ବ୍ୟକ୍ତି ଦିଲ୍ଲୀରୁ ଆସିଛନ୍ତି ବିଦେଶରୁ ନୁହେଁ। ତାଙ୍କୁ କରୋନା ହେବା ଅନୁଚିତ। କିନ୍ତୁ ତାଙ୍କର ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.