ସେଲଫିରୁ ସର୍ବନାଶ, ଜଳିଗଲେ ଯୁବକ, ଟ୍ରେନରେ ଲାଗିଗଲା ନିଆଁ

Published By : Prameya-News7 Bureau | December 16, 2020 IST

ପାରଳାଖେମୁଣ୍ଡି ୧୬।୧୨:  ଟ୍ରେନ ବଗିରେ ଚଢି ସେଲ୍‌ଫି ନେବା ହେଲା କାଳ। ଜଳିଗଲେ ଯୁବକ। ଯୁବକ ଜଳିବା ସହ ଟ୍ରେନ୍‌ରେ ଗୋଟିଏ ବଗିରେ ମଧ୍ୟ ନିଆଁ ଲାଗି ଯାଇଛି। ପାରଳାଖେମୁଣ୍ଡି ଷ୍ଟେସନରେ ସେଲଫି ନେବା ବେଳେ ଏହି ଅଘଟଣ ଘଟିଛି। କିଛି ଦିନ ହେବ ଟ୍ରେନଟି  ଷ୍ଟେସନରେ ଛିଡା ହୋଇଥିଲା। ଘଟଣାର ସୂଚନା ପାଇ ବଗିରେ ଜଳୁଥିବା  ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ।

ଷ୍ଟେସନରେ ଛିଡା ହୋଇଥିବା ଟ୍ରେନ ଉପରକୁ ଚଢି ଯୁବକ ସେଲଫି ନେବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ  ଯୁବକଙ୍କୁ କରେଣ୍ଟ ଲାଗିଥିଲା। ଯୁବକ ଜଳି ଯିବା ସହ ଟ୍ରେନରେ ନିଆଁ ଲାଗିବାରୁ ଗୋଟିଏ ବଗି ଜଳି ଯାଇଛି। ଘଟଣାର ସୂଚନା ପାଇଁ ଅଗ୍ନିଶମ ବିଭାଗ ଷ୍ଟେସନରେ ପହଞ୍ଚି ନିଆଁ ଆୟତ୍ତ କରିଛନ୍ତି।

ସୂଚନାଯାେଗ୍ୟ, ସେଲ୍‌ଫି ପାଇଁ ଲାେକେ ନିଜର ଜୀବନକୁ ମଧ୍ୟ ବିପଦରେ ପକାଇବାକୁ ପଛେଇ ନାହାନ୍ତୁ। ବିପଦ ସଙ୍କୁଳ ଅବସ୍ଥାରେ ସେଲ୍‌ଫି ନେଇ ନିଜର ଜୀବନକୁ ନିମିଷକେ ହରାଇବା ସାଧାରଣ ଘଟଣାରେ ପାଲଟି ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.