oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ମଦ୍ୟପ ଯୁବକଙ୍କ ଉନ୍ମତକାଣ୍ଡ, ନିଶାଶକ୍ତ ଅବସ୍ଥାରେ ନିଜ ଘର ସହ ସ୍କୁଟି ଜାଳିଦେଲେ ଯୁବକ

2/08/2022 at 11:35 AM

ପାଟଣା ୨: ମଦନିଶାରେ ନିଜ ହାତରେ ନିଜ ଘର ଜାଳିଦେଲେ ଯୁବକ । ଘର ଜଳି ଛାରଖାର ହୋଇଯିବା ସହ ଗୋଟିଏ ସ୍କୁଟି ମଧ୍ୟ ଜଳିଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଖିରେଇଟାଙ୍ଗିରି ପଞ୍ଚାୟତର ନୂଆଗାଁରେ ।

ସୂଚନାଯୋଗ୍ୟ ଯେ, ଗାଁର ପୁରନ୍ଦର ନାଏକ ନାମକ ବ୍ୟକ୍ତି ନିଶାସକ୍ତ ହୋଇ ନିଜେ ବ୍ୟବହାର କରୁଥିବା ସ୍କୁଟି ସହିତ ଘରେ ନିଆଁ ଲଗାଇ ଜାଳିପୋଡି ପାଉଁଶ କରିଦେଇଛନ୍ତି । ପୁରନ୍ଦର ସବୁଦିନ ସନ୍ଧ୍ୟାରେ ମଦ ପିଇ ଘରକୁ ଫେରି ଘର ଲୋକଙ୍କ ସହିତ ଝଗଡ଼ା କରିବା ସହ ଘର ଲୋକଙ୍କୁ  ଜୀବନରୁ ମାରିଦେବାକୁ ଧମକ ଦେଉଥିବାରୁ ତାଙ୍କ ପରିବାର ଲୋକ ପାଖ ଘରେ ଶୋଉଥିଲେ । ନିଆଁ ଲାଗିବା ସମୟରେ ଘରେ କେହି ନଥିବାରୁ ପରିବାର ଲୋକେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ନିଆଁ ଲାଗି ଘରର ସମସ୍ତ  ଆସବାବପତ୍ର ସହିତ ବାକ୍ସରେ ଥିବା ଟଙ୍କା, ଚାଉଳ ଆଦି ଜିନିଷ ପୋଡି ପାଉଁଶ ହୋଇଯାଇଥିଲା । ଏହି  ସାହିରେ ବହୁ ମାତ୍ରାରେ ଚୋରା ମହୁଲି ମଦ ବିକ୍ରି ହେଉଥିବା କାରଣରୁ ମଦ୍ୟପାନ କରି ଅନେକ ସମୟରେ ଏଭଳି ଅଭାବନୀୟ ଘଟଣା ଘଟୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

   Related Posts