ଏକତରଫା ପ୍ରେମ ! ନାବାଳିକାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ

Published By : Prameya-News7 Bureau | June 01, 2019 IST

ଜୟପୁର ୧|୬: କୋରାପୁଟ ଜିଲ୍ଲା ସେମିଳିଗୁଡା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ନାବାଳିକାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି ଯୁବକ । ଗୁରୁତର ନାବାଳିକାକୁ କୋରାପୁଟ ମେଡିକାଲ ପରେ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି । ଏକ ତରଫା ପ୍ରେମ ସଂପର୍କକୁ ନେଇ ଏଭଳି ଘଟିଥିବା ସନ୍ଦେହ କରାଯାଉଛି ।

ସୂଚନାଯୋଗ୍ୟ ଯେ, ନନ୍ଦପୁର ଅଂଚଳର ନାବାଳିକା ଜଣଙ୍କ ସେମିଳିଗୁଡାରେ ଏକ ଭଡା ଘରେ ରହି କଲେଜରେ ପଢୁଥିଲେ । ଯୁବକ ଜଣକ ସେଠାକୁ ଆସି ନାବାଳିକାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା । ନାବାଳିକାର ଚିତ୍କାର ଶୁଣି ପଡୋଶୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ନାବାଳିକାକୁ ଉଦ୍ଧାର କରି କୋରାପୁଟ ମେଡିକାଲରେ ଭର୍ତ୍ତି କରିଥିଲା । ନାବାଳିକାର ଶରୀର ୮୦ ପ୍ରତିଶତ ପୋଡିଯାଇଥିବା ଜଣାପଡିଛି । ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.