ଘରେ ନିଆଁ ଲାଗି ଯୁବକ ଯୁବନ୍ତ ଦଗ୍ଧ ; ନିଆଁ ଲାଗିବାର କାରଣ ଅସ୍ପଷ୍ଟ

Published By : Prameya-News7 Bureau | January 23, 2019 IST

ସୁବର୍ଣ୍ଣପୁର ୨୩/୧ : ସୁବର୍ଣ୍ଣପୁର ବିରାମହରାଜପୁର ବ୍ଲକ ଘିଚାପାଲି ଗାଁରେ ନିଆଁ ଲାଗି ଯୁବକ ଜୀବନ୍ତ ଦଗ୍ଧ | ମୃତକ ହେଉଛନ୍ତି ୩୦ ବର୍ଷ ବୟସ୍କ ରଞ୍ଜନ ବିଭାର | ଘରେ ଶୋଇଥିବାବେଳେ ନିଆଁ ଲାଗିଯାଇଥିଲା | ଘରେ ନିଆଁ ଲାଗିଜିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ | ବିରାମହରାଜ ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛନ୍ତି |

{"id":77132}


ସୂଚନାଯୋଗ୍ୟ ଯେ, ଅଘଟଣ ଗତକାଲି ରାତିରେ ଘଟିଥିଲା | ଶୋଇଥିବା ଅବସ୍ଥାରେ ନିଆଁ ଲାଗି ରଞ୍ଜନ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି | ଗତକାଲି ରାତିରେ ରଞ୍ଜନ ଘରେ ଏକଠିଲେ | ପରିବାର ଲୋକେ କେଉଁ କାମରେ ବାହାରକୁ ଯାଇଥିଲେ | ପୋଲିସ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି | ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲାପରେ ଘଟଣା ସମ୍ପର୍କରେ ଜଣାପଡିବା ବୋଲି ପୋଲିସ କହିଛି | ପଡୋଶୀ ସକାଳୁ ଦେଖିଥିଲେ ଯେ, ରଞ୍ଜନଙ୍କ ଘରୁ ଧୂଆଁ ବାହାରୁଛି | ସେ ଭିତରକୁ ଯାଇ ଦେଖିଥିଲେ ଯେ, ରଞ୍ଜନ ସମ୍ପୂର୍ଣ ଜଳିଜାଇଛନ୍ତି | ଏହା ଦେଖି ସେ ପୋଲିସକୁ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ |

{"id":77133}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.