ଦେବଗଡ଼ରେ ବୀଭତ୍ସ ହତ୍ୟାକାଣ୍ଡ ! ଘରେ ଶୋଇଥିବା ବେଳେ ଡାକିନେଇ ମାରିଦେଇଥିବା ଅଭିଯୋଗ

Published By : Prameya-News7 Bureau | July 19, 2025 IST

ଦେବଗଡ଼ ୧୯୭: ଦେବଗଡ଼ ଆଦର୍ଶ ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମରେ ବୀଭତ୍ସ ହତ୍ୟାକାଣ୍ଡ । ଘରେ ଶୋଇଥିବା ବେଳେ ଡାକିନେଇ ନିର୍ମମ ଭାବେ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ । ମୃତକ ଜଣକ ହେଲେ ସେହି ଗ୍ରାମର ୫୦ ବର୍ଷ ବୟସ୍କ ରତନ ପ୍ରଧାନ । 

ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ପଞ୍ଚାନନ ସୁହୁଳାଙ୍କ ସହ ଗତକାଲି ରାତିରେ ରତନଙ୍କର ଝଗଡା ହୋଇଥିଲା । ରାତିରେ ରତନ ଶୋଇଥିବା ବେଳେ ଅଭିଯୁକ୍ତ ପଞ୍ଚାନନ ତାଙ୍କୁ ଘରୁ ନିଜ ଘରକୁ ଡାକିନେଇଥିଲା । ନିଜ ଘର ଠାକୁର ଘରେ ରତନଙ୍କର ତଣ୍ଟି କାଟି ସେ ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡିଛି । ବଳି ଦେବା ପାଇଁ ଏହି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି । ଏହି ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ପଞ୍ଚାନନ ଦେବଗଡ ଆଦର୍ଶ ଥାନାରେ ଆତ୍ମସମର୍ପଣ କରିଛି । ଅଭିଯୁକ୍ତର ଘର ମଧ୍ୟରେ ମୃତଦେହ ପଡିଥିବା ବେଳେ ଉତ୍ତ୍ୟକ୍ତ ଗ୍ରାମବାସୀ ତାର ଘର ଭଙ୍ଗାରୁଜା କରିଥିବା ଜଣାପଡିଛି । ଦେବଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।

You Can Read:

ଜଙ୍ଗଲରୁ ମିଳିଲା ମହିଳାଙ୍କ ଅଧାପୋତା ମୃତଦେହ, ହତ୍ୟା ସନ୍ଦେହରେ ସ୍ବାମୀ ଅଟକ

  • odisha
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.