LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଯୁବକଙ୍କୁ ଶ୍ବଶୁରଙ୍କ ଛୁରାମାଡ ଅଭିଯୋଗ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

19/07/2019 at 8:04 AM

ସାନଖେମୁଣ୍ଡି ୧୯|୭: ଦିଗପହଣ୍ଡି ପୁଞ୍ଜିକଁୟା ଛକ ନିକଟରେ ଗୁରୁବାର ରାତି ପ୍ରାୟ ସାଢେ଼ ୧୦ ଟା ରେ ଜଣେ ଯୁବକଙ୍କୁ ତାଙ୍କ ଶ୍ବଶୁର ଛୁରା ମାଡ କରିଥିବା ଅଭିଯୋଗ ହୋଇଛି। ଆହତ ଯୁବକ ଜଣକ ହେଲେ ଦିଗପହଣ୍ଡି ଥାନା କଲ୍ୟାଣପୁର ଗ୍ରାମର ସଞ୍ଜୟ ଗୌଡ। ସଞ୍ଜୟ ରାସ୍ତା ଉପରେ ଠିଆ ହୋଇଥିବା ବେଳେ ତାଙ୍କ ଶ୍ବଶୁର ସେଠାରେ ପହଞ୍ଚି  ସଞ୍ଜୟଙ୍କ ପେଟ ଓ ମୁଣ୍ଡକୁ ଛୁରୀରେ ଅତର୍କିତ ଆକ୍ରମଣ କରିଥିଲେ। ଆଖପାଖରେ ଥିବା ଲୋକେ ଅଭିଯୁକ୍ତଙ୍କୁ ଗୋଡାଇବାରୁ ସେ ରାସ୍ତା ପାର ହୋଇ ଦୌଡି ପଳାଇଥିବା ଜଣାପଡିଛି। ସ୍ଥାନୀୟ ଲୋକେ ସଞ୍ଜୟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। 

ସୂଚନାଯୋଗ୍ୟ ଯେ, ସଞ୍ଜୟ ଗତ ଜୁନ୍ ୩୦ ତାରିଖରେ ତାଙ୍କ ଗ୍ରାମର ଜୟନ୍ତୀ ଗୌଡଙ୍କୁ ଶ୍ରୀ କାଶୀ ବିଶ୍ଵନାଥ ଶୈବ ପୀଠରେ ବିବାହ କରିଥିଲେ। ବିବାହର କିଛି ଦିନ ପରେ ସେ ପତ୍ନୀଙ୍କ ସହ ଦିଗପହଣ୍ଡି ପୁଞ୍ଜିକଁୟା ଛକ ନିକଟରେ ଭଡ଼ା ଘରେ ରହୁଥିଲେ। ଆକ୍ରମଣର କାରଣ ଜଣାପଡିନଥିବା ପୋଲିସ କହିଛି।

   Related Posts