ବିବାହ ମଣ୍ଡପରୁ ଯୁବକଙ୍କ ମୃତଦେହ ଉଦ୍ଧାର; ହତ୍ୟା ଅଭିଯୋଗ ଆଣିଲେ ପରିବାର

Published By : Prameya-News7 Bureau | October 21, 2022 IST

ବଲାଙ୍ଗୀର ୨୧/୧୦: ସହରର ୨୬ ନମ୍ୱର ଜାତୀୟ ରାଜପଥ କଡ଼ରେ ଥିବା ମେରେଜ ପେଲେସରୁ ଯୁବକଙ୍କ ମୃତଦେହ ଉଦ୍ଧାର। ମୃତ ଯୁବକଙ୍କ ପରିଚୟ ରୋଶନ ମାଝି। ସେ ଅରିୟା ମେରେଜ ପେଲେସରେ କର୍ମଚାରୀ ଥିଲେ। ଗୁରୁବାର ରାତିରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଅନ୍ୟ ଜଣେ କର୍ମଚାରୀ ଦେଖି ତାଙ୍କ ଭାଇଙ୍କୁ କଲ୍‌ କରି ଜଣାଇଥିଲେ। ଘଟଣାସ୍ଥଳରେ ପୋଲିସ ଓ ତାଙ୍କ ଭାଇ ପହଞ୍ଚିବା ପରେ ଶୁକ୍ରବାର ସକାଳେ ମୃତଦେହକୁ ଉଦ୍ଧାର କରାଯାଇଥିଲା। ପରେ ସେଠାରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିବା ପରେ ଶବ ବ୍ଯବଚ୍ଛଦ ପାଇଁ ପଠାଇଛି। ରୋଶନଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ତାଙ୍କୁ ନିଶା ଖାଇବାକୁ ଦେଇ ହତ୍ୟା କରାଯାଇଥିବା ତାଙ୍କ ଭାଇ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.