ଯୁବ ବିଜେଡି ସଭାପତିଙ୍କୁ ହତ୍ୟା ଉଦ୍ୟମ
5/05/2018 at 8:02 AM

ଘଟଗାଁ ଅନ୍ତର୍ଗତ ଢେଂକିକୋଟ ଯୁବ ବିଜେଡି ସଭାପତିଙ୍କୁ ହତ୍ୟା ଉଦ୍ୟମ | ଶୁକ୍ରବାର ବିଳମ୍ବିତ ରାତିରେ ବିଜେଡି ନେତା ଦୀନେଶ ବାରିକଙ୍କୁ ତାଙ୍କ ଦୋକାନରେ ହତ୍ୟା ଉଦ୍ୟମ ହୋଇଥିଲା | ଏନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି | ଗତକାଲି ରାତିରେ ଦୀନେଶ ଦୋକାନ ବନ୍ଦ କରିବା ସମୟରେ ହଠାତ ଏକେ ବୋଲେରୋ ଗାଡିରେ ଆସିଥିବା ଜଣେ ଯୁବକ ସେଠାରେ ପହଞ୍ଚି ଦୀନେଶକୁ ବନ୍ଧୁକ ଦେଖାଇ ଧମକ ଦେବା ସହ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ | ତେବେ ଦୀନେଶଙ୍କ କୌଣସି କ୍ଷତି ହୋଇନାହିଁ | ତେବେ ଦୀନେଶକୁ ଆକ୍ରମଣ କରିଥିବା ଯୁବକ ଜଣକ ବିଜେପି ସମର୍ଥକ ବୋଲି ଅଭିଯୋଗ ହୋଇଛି | ଅଭିଯୁକ୍ତକୁ ଠାବ କରିବାକୁ ଉଦ୍ୟମ କରୁଛି ପୋଲିସ |