ମହଙ୍ଗା ପଡିଲା କମେଣ୍ଟ ମାରିବା, ନିସ୍ତୁକ ମାଡରେ ସାବାଡ଼ ରୋଡ଼ ରୋମିଓ : ନା ମାନେ ନା
6/06/2018 at 9:33 AM

ମହଙ୍ଗା ପଡିଲା କମେଣ୍ଟ ମାରିବା :
କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରିଥିବା ୩ ଯୁବକଙ୍କୁ ଧରି ନିସ୍ତୁକ ପିଟିଲେ ଲୋକ | ଘଟଣାଟି ସୋରୋ ଅଂଚଳର | କଲେଜରୁ ସାଇକଲରେ ଫେରୁଥିଲେ ୩ ଜଣ ଛାତ୍ରୀ | ବାଟରେ ସେମାନଙ୍କୁ କମେଣ୍ଟ ମାରିଥିଲେ ବାଇକରେ ଆସୁଥିବା ୩ ଜଣ ଯୁବକ | ଠିକ ସମୟରେ ଅଚାନକ ରୁଣ୍ଡ ହୋଇଯାଇଥିଲେ ସ୍ଥାନୀୟ ଲୋକ | ତାପରେ ଆରମ୍ଭ କରିଦେଇଥିଲେ ଉତ୍ତମ ମଧ୍ୟମ | ଖବର ପାଇ ସୋରୋ ପୋଲିସ ଘଟଣାସ୍ଥଳରେ ପହଂଚି ସେମାନଙ୍କୁ ଉଦ୍ଧାର କରିଛନ୍ତି | ଆହତ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛି ପୋଲିସ |