ପରକୀୟା ପ୍ରୀତିରୁ ତୁମୁଳକାଣ୍ଡ : ଯୁବକଙ୍କୁ ଉଲଗ୍ନ କରି ଚପଲରେ ମାରିଲେ ମାଡ
26/05/2023 at 1:05 PM

ନୂଆପଡା ୨୬।୫: ପରକୀୟା ପ୍ରୀତିରୁ ତୁମୁଳକାଣ୍ଡ । ଯୁବକଙ୍କୁ ଉଲଗ୍ନ କରିବା ସହ ଚୁଟି କାଟି ସମସ୍ତଙ୍କ ସମ୍ମୁଖରେ ରାସ୍ତା ଉପରେ ଚପଲରେ ମାଡ ମାରିଲେ ସମ୍ପର୍କୀୟ ।
ସୂଚନାଯୋଗ୍ୟ ଯେ, ନୂଆପଡା ଜିଲ୍ଲା ସିନାପାଲି ଥାନା ନିଲଜି ଗାଁରେ ପରକୀୟା ପ୍ରୀତିରୁ ତୁମୁଳକାଣ୍ଡ ଘଟିଛି । ସ୍ଥାନୀୟ ଗଡ୍ରାମାଲ ଗ୍ରାମର ଜଣେ ବିବାହିତ ଯୁବକ ନିଲଜି ଗ୍ରାମର ଜଣେ ବିବାହିତା ମହିଳାଙ୍କୁ ଭେଟିବା ପାଇଁ ଯାଇଥିଲେ । ଏହି ସମୟରେ ଗ୍ରାମବାସୀ ଉଭୟଙ୍କୁ ଧରିଥିଲେ । ଯୁବକଙ୍କୁ ଉଲଗ୍ନ କରିବା ସହ ଚୁଟି କାଟି ସମସ୍ତଙ୍କ ସମ୍ମୁଖରେ ରାସ୍ତା ଉପରେ ଚପଲରେ ମାଡ ମାରିଲେ ସମ୍ପର୍କୀୟ । ଖବର ପାଇ ସିନାପାଲି ପୋଲିସ ଉଦ୍ଧାର କରି ଚିକିତ୍ସା ପାଇଁ ଖଡିଆଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି ।