ରାତି ଅଧରେ ଚୋରି କରୁଥିବା ସନ୍ଦେହ କରି ଯୁବକକୁ ବାନ୍ଧି ମାଡ଼ : ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ

Published By : Prameya-News7 Bureau | July 08, 2019 IST

କଟକ ୮/୭: ଗତ କାଲି ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲକୁ ନେଇ ସାଲେପୁର ଅଞ୍ଚଳରେ ଏବେ ଚର୍ଚା ଚାଲିଛି।ଭିଡ଼ିଓ ଭାଇରାଲରୁ ଜଣାପଡୁଛି ଯେ ସାଲେପୁର ଥାନା ଚନ୍ଦ୍ରାଦେଇପୁର ଗ୍ରାମ ଜଣେ ଯୁବକ ସାଲେପୁର ଅଞ୍ଚଳର ଏକ ନିର୍ଦ୍ଦିଷ୍ଟ କଲୋନୀ ପଶି କୁଆଡେ ଚୋରି କରୁଥିବାକୁ ଉଦ୍ୟମ କରୁଥିବା ବେଳେ କଲୋନୀ ଲୋକ ଉଠି ତାକୁ କାବୁ କରିଥିଲେ।ଏତେ ରାତିରେ ପାଚେରି ଡେଇଁ   ଘରଭିତରକୁ କାହିଁକି ଆସିଥିଲୁ ବୋଲି ସଂପୃକ୍ତ ଯୁବକ ଲୋକ ମାନେ ପଚାରିବାରୁ ଯୁବକ ଜଣକ  ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲା।ମୋର ଭୁଲ ହୋଇଛି ବୋଲି କହୁଥିବାର ଭାଇରାଲ ଭିଡ଼ିଓରୁ ଜଣାପଡୁଛି।

ଧରା ହୋଇଥିବା ଯୁବକ ନାମରେ ସାଲେପୁର ଥାନାରେ ଏକାଧିକ ଚୋରି ମାମଲା ରୁଜୁ ଥିବା ଜଣାପଡିଛି।ସଂପୃକ୍ତ ଯୁବକର ଘର ଚନ୍ଦ୍ରାଦେଇପୁର ଅଞ୍ଚଳରେ। ତା ନାମ କାଳିଆ ବୋଲି ଜଣାପଡ଼ିଛି।ତେଣୁ ଯୁବକ ଜଣକ ରାତି ଅଧରେ ଚୋରି କରିବା ଉଦ୍ଦେଶ୍ୟରେ ଏହି ଘର ଭିତରେ ପଶି ଥିବାର ସ୍ଥାନୀୟ ଲୋକମାନେ ନିଶ୍ଚିତ ହୋଇଥିଲେ।ସଂପୃକ୍ତ ଯୁବକ ଜଣକ ଭିଡ଼ିଓ ଉଠାଇ ତାକୁ ତାଗିଦ କରିବା ଛାଡ଼ି ଦେଇଥିଲେ।ଏବେ ଏହି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.