ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

୩୦ ଫୁଟ ଉଚ୍ଚ ଡ୍ୟାମ୍‌ରୁ ତଳକୁ ଖସିଲେ ଯୁବକ, ଭାଇରାଲ୍‌ ହେଲା ଭିଡିଓ

24/05/2022 at 5:11 PM

ନୂଆଦିଲ୍ଲୀ ୨୪/୦୫; ଆଜିକାଲି କିଛି ନିଆରା କରିବାକୁ ଚିନ୍ତା କରି ଲୋକେ ବିପଦକୁ ବରଣ କରୁଛନ୍ତି। ଭିନ୍ନ କରିବା ରେସ୍‌ରେ ସୁରକ୍ଷା ବିଷୟରେ ଚିନ୍ତା କରିବା ଭୁଲି ଯାଉଛନ୍ତି। ସେମିତି ଏକ ଘଟଣା ଘଟିଛି କର୍ଣ୍ଣାଟକରେ। ଚିକବଲ୍ଲାପୁର ଜିଲ୍ଲାରେ ଥିବା ଶ୍ରୀନିବାସ ସାଗର ଡ୍ୟାମ ଉପରୁ ଚଢିବା ବେଳେ ତଳକୁ ଖସି ଯାଇଛନ୍ତି। ୨୦ବର୍ଷର ଯୁବକ ଶ୍ରୀନିବାସ ସାଗର ଡ୍ୟାମ ବୁଲିବାକୁ ଯାଇଥିବା ବେଳେ ହଠାତ୍ କୌଣସି କାରଣକୁ ନେଇ ସେ ଡ୍ୟାମ ଉପରକୁ ଚଢିବାକୁ ଲାଗିଥିଲେ। ପାଖାପାଖି ୩୦ ଫୁଟ ଉପରକୁ ସେ ଚଢି ଯାଇଥିଲେ। ଏହା ପରେ ହଠାତ୍ ସେ ଭାରସ୍ୟାମ ହରାଇ ତଳକୁ ଖସିଯାଇଥିଲେ। ଏହାଦ୍ବାରା ସେ ଗୁରୁତର ଆହତ ହୋଇଥିବା ଜଣାପଡିଛି।

ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି। ପ୍ରଶାସନର ଚେତାବନୀ ପରେ ମଧ୍ୟ ଯୁବକଜଣକ ଏପରି କରିଥିବାରୁ ତାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି । ତେବେ ଡ୍ୟାମ ପାଖରେ ଅନେକ ଲୋକ ଉପସ୍ଥିତ ଥିଲେ ମଧ୍ୟ ତାଙ୍କୁ ଏଥିପାଇଁ କେହି ଅଟକାଇ ନଥିଲେ। ଯୁବକ ଜଣଙ୍କ ଚଢିବାର ଭିଡିଓ କରିଥିଲେ ଲୋକେ। ଯୁବକ ତଳେ ପଡୁଥିବାର ଭିଡିଓ ମଧ୍ୟ ରେକର୍ଡ କରାଯାଇଛି।  ଡ୍ୟାମ ଆଖ ପାଖରେ ପାଖାପାଖି ୫୦ ଲୋକ ଥିବା ସୂଚନା ମିଳିଛି।

   Related Posts