scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବ୍ରହ୍ମପୁର ଏସ୍‌ପି ଅଫିସ୍ ସମ୍ମୁଖରେ ଯୁବକଙ୍କ ଆତ୍ମାହୂତି ଉଦ୍ୟମ, କାବୁ କଲା ପୋଲିସ

21/08/2023 at 5:30 PM

ବ୍ରହ୍ମପୁର ୨୧।୮: ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ନିଜ ଉପରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ ବେଳେ ସୁରକ୍ଷିତ ଭାବେ ଉଦ୍ଧାର କଲା ପୋଲିସ । ଆତ୍ମହତ୍ୟା ଉଦ୍ୟମ କରୁଥିବା ଯୁବକ ଜଣକ ହେଲେ ଆଙ୍କୁଲି ଅଞ୍ଚଳର ପ୍ରଶାନ୍ତ ସେଠୀ ।

ସୂଚନାଯୋଗ୍ୟ ଯେ, ଗତ ୨୦୨୧ ମସିହାରେ ସଦର ଥାନା ଅନ୍ତର୍ଗତ ଝାଡାଙ୍କୁଲିରେ ତାଙ୍କ ବାପା କୋରା ସେଠୀଙ୍କୁ କିଛି ଦୁବୃର୍ତ୍ତ ହତ୍ୟା କରିଥିଲେ । ଏହି ହତ୍ୟା ଘଟଣାରେ ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏହି ମାମଲାର ଚାର୍ଜସିଟ୍ କୋର୍ଟରେ ପୋଲିସ ପକ୍ଷରୁ ଦାଖଲ ହୋଇଥିବା ବେଳେ ମାମଲାର ବିଚାରଣା ଜିଲ୍ଲା କୋର୍ଟରେ ଜାରି ରହିଛି । କୋରା ସେଠୀଙ୍କୁ ହତ୍ୟା ଘଟଣାରେ ଗିରଫ ହୋଇଥିବା ୫ ଜଣଙ୍କ ମଧ୍ୟରୁ ଦୁଇ ଜଣ ହାଇକୋର୍ଟରୁ ବେଲ୍ ପାଇ ଜେଲରୁ ବାହାରି ସାରିଛନ୍ତି । କେବଳ ଏହି ୫ ଜଣ ନୁହେଁ ବରଂ ଆଉ ଦୁଇ ଜଣ ଯୁବକ ମଧ୍ୟ ଏହି ଘଟଣାରେ ସଂଶ୍ଳିଷ୍ଟ ଅଛନ୍ତି । ତେଣୁ ସେମାନଙ୍କୁ ମଧ୍ୟ ଗିରଫ କରାଯାଉ ବୋଲି ପ୍ରଶାନ୍ତ ଦାବି କରି ଆସୁଥିଲେ । ଏନେଇ ତାଙ୍କୁ କାଉନସେଲିଂ ମଧ୍ୟ କରାଯାଉଥିଲା । କିନ୍ତୁ ହଠାତ ଆଜି ଏସପିଙ୍କ କାର୍ଯ୍ୟାଳୟ ନିକଟରେ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ପୋଲିସ କର୍ମଚାରୀ ତାଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ଉଦ୍ଧାର ହେବା ପରେ ବର୍ତ୍ତମାନ ବୈଦ୍ୟନାଥପୁର ଥାନାରେ ପ୍ରଶାନ୍ତଙ୍କୁ ଅଟକ ରଖାଯାଇଛି ‌। ପ୍ରଶାନ୍ତ ନାମରେ ସହରର ବିଭିନ୍ନ ଥାନାରେ ହତ୍ୟା, ଡକାୟତି, ରାହାଜାନୀ ଭଳି ୯ଟି ମାମଲା ରହିଥିବା ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି । ଆତ୍ମହତ୍ୟା ଉଦ୍ୟମ କରିବା ଭଳି ଘଟଣାରେ ସମ୍ପୃକ୍ତ ଯୁବକଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିବା ଏସ.ପି. କହିଛନ୍ତି ।

You Can Read :

   Related Posts