ଥାନା ଆଗରେ ପେଟ୍ରୋଲ ଢାଳି ଦେହରେ ନିଆଁ ଲଗାଇଲେ ଯୁବକ, ଜଳିଯାଇଛି ଶରୀରର ପ୍ରାୟ ୯୦ଭାଗ

Published By : Prameya-News7 Bureau | June 23, 2022 IST

ସାଲେପୁର ୨୩।୬: ଥାନା ଆଗରେ ଦେହରେ ନିଆଁ ଲଗାଇଲେ ଯୁବକ । ଯୁବକ ଜଣଙ୍କ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସାଲେପୁର କଟକ ଜିଲ୍ଲା କିଶନନଗର ଥାନା ସମ୍ମୁଖରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ସାଲେପୁର କଟକ ଜିଲ୍ଲା କିଶନନଗର ଥାନା ସମ୍ମୁଖରେ ଜଣେ ଯୁବକ ଦେହରେ ପେଟ୍ରୋଲ ଢାଳିବା ପରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଫଳରେ ଯୁବକଙ୍କ ଶରୀରର ପ୍ରାୟ ୯୦ଭାଗ ଜଳିଯାଇଛି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତର ଯୁବକ ଜଣକ ହେଲେ କଟକ ଜିଲ୍ଲା କିଷନନଗର ଥାନା ଇଷାଣି ବ୍ରହ୍ମପୁର ଅଞ୍ଚଳର ଗୁଣନିଧି ବିଷୋଇ । ତେବେ କେଉଁ କାରଣରୁ ଯୁବକ ଜଣଙ୍କ ଦେହରେ ନିଆଁ ଲଗାଇଲେ ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.