scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଟ୍ୟୁଟୋରିଆଲ ଭିତରୁ ଜଣେ ଛାତ୍ରଙ୍କୁ ଘୋଷାଡି ଆଣି ଯୁବକଙ୍କ ମରଣାନ୍ତକ ଆକ୍ରମଣ

21/09/2023 at 4:24 PM

ପୁରୀ ୨୧।୯: ଟ୍ୟୁଟୋରିଆଲ ଭିତରୁ ଜଣେ ଛାତ୍ରଙ୍କୁ ଘୋଷାଡି ଆଣି ଯୁବକଙ୍କ ମରଣାନ୍ତକ ଆକ୍ରମଣ । ପୁରୀ ଦତ୍ତତୋଟା ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍ ରାସ୍ତାରେ ଜଣେ ଛାତ୍ରଙ୍କୁ କିଛି ଅଣଛାତ୍ର ଏଭଳି ଆକ୍ରମଣ କରିଛନ୍ତି । ଆଇନକାନୁନକୁ ବେଖାତିର କରି ଖୁଲମଖୁଲା ଆତଙ୍କରାଜ ଚଳାଇଥିଲେ କିଛି ଅଣଛାତ୍ର । ସିସିଟିଭିରେ କଏଦ ହୋଇଛି ଏହାର ଦୃଶ୍ୟ ।

ସିସିଟିଭି ଫୁଟେଜ୍‌ ଅନୁସାରେ ଗତ ୧୯ ତାରିଖ ଗଣେଶ ପୂଜା ଦିନ ପୁରୀ ଦତ୍ତତୋଟା ଅଞ୍ଚଳରେ ଥିବା ଏକ ଟ୍ୟୁଟରିଆଲ୍ ରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା । ଏହି ଘଟଣାକୁ ନେଇ ସହରରେ ବେଶ୍ ଚର୍ଚ୍ଚା ହେଉଥିବା ବେଳେ ଏନେଇ ପୋଲିସ ପାଖରେ କୌଣସି ଅଭିଯୋଗ ହୋଇନାହିଁ । ତେବେ ଥାନାରେ ଅଭିଯୋଗ ହେଲେ ଏହାର ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଟି ଡିଏସପି କହିଛନ୍ତି । ଆକ୍ରମଣ ସମୟର ସିସିଟିଭି ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ବେଳେ ଟ୍ୟୁଟରିଆଲ୍ ଭିତରେ ପଶି ଛାତ୍ରଙ୍କୁ ଏଭଳି ଆକ୍ରମଣ କରିବା ଘଟଣାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ତେଣୁ ପୋଲିସ ଘଟଣାର ତଦନ୍ତ କରି ତୁରନ୍ତ ଆକ୍ରମଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

You Can Read :

   Related Posts