ପରକୀୟା ପ୍ରିତିର କରୁଣ ପରିଣତି ; ଅନୈତିକ ସଂପର୍କ ନେଇ ଯୁବକଙ୍କୁ ଆକ୍ରମଣ କଲେ ମହିଳାଙ୍କ ଶ୍ବଶୁରଘର ଲୋକ
Published By : Prameya-News7 Bureau | November 08, 2018 IST
କେନ୍ଦୁଝର ୮|୧୧: ଯୁବକଙ୍କୁ ମରମାନ୍ତକ ଆକ୍ରମଣ ହୋଇଛି । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବଡନୂଆଗାଁରେ ଜଣେ ମହିଳାଙ୍କ ସହ ଅନୈତିକ ସଂପର୍କ ନେଇ ରାଜେନ୍ଦ୍ର ନାଏକ ନାମକ ଜଣେ ଯୁବକଙ୍କୁ ମହିଳାଙ୍କ ଶ୍ବଶୁରଘର ଲୋକେ ମରଣାନ୍ତକ ଆକ୍ରମଣ କରିଛନ୍ତି । ଫଳରେ ରାଜେନ୍ଦ୍ର ନାୟକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରାଜେନ୍ଦ୍ର ନାୟକ ପଣ୍ଡାପଡା ଗାଁର ଜଣେ ମହିଳାଙ୍କ ସହିତ ଅନୈତିକ ସଂପର୍କ ନେଇ ତାଙ୍କ ଶ୍ବଶୁରଘର ଲୋକେ ଆକ୍ରମଣ କରିଛନ୍ତି । ମହିଳାଙ୍କ ସ୍ବାମୀ ରାଉତ ପାତ୍ର ଚେନ୍ନାଇରେ କାମ କରୁଥିବାବେଳେ ତାଙ୍କ ଘରକୁ ଯାଇଥିଲେ ରାଜେନ୍ଦ୍ର ନାୟକ । ମହିଳାଙ୍କ ସହ ସଂପର୍କ ନେଇ ଜାଣିପାରି ତାଙ୍କ ଶ୍ବଶୁର ଘରଲୋକେ ରାଜେନ୍ଦ୍ରଙ୍କୁ ମାଡ ମାରିବା ସହ ଆକ୍ରମଣ କରି ଗୁରୁତର ଆହତ କରିଛନ୍ତି ।