ବାଲିପାଟଣାରେ ଯୁବକଙ୍କୁ ଲୁହା ପାଇପ୍‌ରେ ମାରଣାନ୍ତକ ଆକ୍ରମଣ ; ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | November 06, 2018 IST

ଭୁବନେଶ୍ବର ୬|୧୧:  କମିଶନରେଟ୍ ପୋଲିସକୁ ଅପରାଧିଙ୍କ ଖୋଲା ଚାଲେଞ୍ଜ । ଗତକାଲି ରାତିରେ ଯୁବକଙ୍କୁ ଲୁହା ପାଇପ୍ ଦ୍ବାରା ମାରଣାନ୍ତକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଆକ୍ରମଣରେ ବାଲିପାଟଣା ଥାନା ସରାଟ ଗ୍ରାମର ସଂଜୟ ବେହେରା ରକ୍ତାକ୍ତ ହୋଇଛନ୍ତି । ସଂଜୟଙ୍କର ହାତ, ପିଠିରେ ଆଘାତ ଲାଗିଛି । ସୂଚନା ଅନୁସାରେ ସୋମବାରଦିନ ସଂଜୟ ଡ୍ୟୁଟି ସାରି ନିଜ ବାଇକରେ ସରାଟ ଫେରୁଥିଲେ । ରାତ୍ରି ପ୍ରାୟ ୮ଟା ୩୦ରେ ଟଙ୍କପାଣି ସାଇମନ୍ଦିର ବାଇପାସରେ ତାଙ୍କୁ ଚରିଜଣ ଯୁବକ ଦୁଇଟି ବାଇକରେ ଆସି ଅଟକାଇଥିଲେ । କିଛି ବୁଝିବା ପୂର୍ବରୁ ଦୁର୍ବୃତମାନେ ସଂଜୟଙ୍କୁ ଲୁହା ପାଇପ୍ ରେ ଅତର୍କିତ ଆକ୍ରମଣ କରିଥିଲେ । ସଂଜୟ ପ୍ରାଣ ବିକଳରେ ପାଟିକରି ଗାଡି ଛାଡି ନିକଟରେ ଥିବା ଏକ ଦୋକାନଘରେ ପଶିଯାଇଥିଲେ । ସ୍ଥାନୀୟ କିଛି ଯୁବକ ଆସିଯିବାରୁ ଦୁର୍ବୃତମାନେ ସ୍ଥାନ ଛାଡି ଚଲିଯାଇଥିଲେ । ପରେ ପିସିଆର ଭ୍ୟାନ ଆସି ସଂଜୟଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ । ଆକ୍ରମଣରେ ସଂଜୟ ଲହୁଲୁହାଣ ହୋଇଛନ୍ତି ।  ଏ ନେଇ ସଂଜୟ ସହିଦନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.