ଯୁବକଙ୍କୁ କ୍ଷୁରରେ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡକାଲରେ ଭର୍ତ୍ତି

Published By : Prameya-News7 Bureau | March 05, 2020 IST

ଦେବଗଡ ୫।୩: ଦେବଗଡ ଜିଲ୍ଲା  ରିଆମାଳ ଥାନା ଅନ୍ତର୍ଗତ ଦୁଧିଆନାଳୀ ଗ୍ରାମରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । ଦୁଧିଆନାଳି ଗ୍ରାମର ଅଗସ୍ତୀ ସାହୁଙ୍କ ପୁଅ ଟୁଲୁ ସାହୁ ପୂର୍ବାହ୍ନରେ ଗ୍ରାମରେ ଚାଲିଥିବା ସାପ୍ତାହିକ ବଜାରକୁ ଆସିଥିଲେ । ସେହି ସମୟରେ ହଠାତ୍ ସେହି ଗ୍ରାମର କ୍ଷୀର ବସନ୍ତରାଙ୍କ ପୁଅ ରାଜେଶ ବସନ୍ତରା ଏକ କ୍ଷୁରରେ ତଣ୍ଟି କାଟିଦେଇଥିଲା । ଗୁରୁତର ଅବସ୍ଥାରେ ଟୁଲୁଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଖବରପାଇ ରିଆମାଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବାବେଳେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.