ଦାଦାବଟି ନଦେବାରୁ ଗାଡି ଚାଳକଙ୍କୁ ବ୍ଲେଡ୍ରେ ଆକ୍ରମଣ କଲା ଯୁବକ
9/06/2019 at 12:44 PM

ଚାନ୍ଦବାଲି ୯|୬: ଦାଦାବଟି ନଦେବାରୁ ଗାଡି ଚାଳକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଛି ଯୁବକ । ଚାନ୍ଦବାଲି ଘଣ୍ଟେଶ୍ବର ବଜାରର ଘଟିଛି ଏଭଳି ଘଟଣା । ଅଭିଯୁକ୍ତ ଯୁବକ ଏବଂ ତାଙ୍କର କିଛି ସହଯୋଗୀ ଗାଡିଚାଳକଙ୍କଠାରୁ ଜୋର ଜବରଦସ୍ତ ଦାଦାବଟି ଆଦାୟ କରିଥାନ୍ତି । ତେବେ ଜଣେ ଗାଡି ଚାଳକ ବଟି ଦେବାକୁ ମନା କରିବାକୁ ତାଙ୍କୁ ଅଭିଯୁକ୍ତ ଯୁବକ ଗୋଡାଇ ଗୋଡାଇ ବ୍ଲେଡରେ ଆକ୍ରମଣ କରିଥିଲେ । ଆହତ ଯୁବକଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣା ନେଇ ସ୍ଥାନୀୟ ଘଣ୍ଟେଶ୍ବର ଫାଣ୍ଡିରେ ଅଭିଯୋଗ ପରେ ଅଭିଯୁକ୍ତ ଫେରାର ହୋଇଯାଇଛି ।
Related Posts
କାନାଡା ବ୍ୟାଙ୍କରେ ସାଂଘାତିକ ଘୋଟାଲା , ବ୍ୟାଙ୍କରୁ ଟଙ୍କା ନୁହେଁ ଗାଏବ ହୋଇଗଲା ଲକର
27 September 2023
ଲକ୍ଷ୍ମୀ ଯୋଜନାକୁ ବିରୋଧ, ଆସନ୍ତା ୧୦ରେ ବସ୍ ଧର୍ମଘଟ
27 September 2023
କାର୍ଯ୍ୟରେ ଲାଗୁନି SHG ଋଣ: ‘ପଚାରିଲେ ନାଲି ଆଖି ଦେଖାଉଛନ୍ତି ବିପିସି’
27 September 2023
ଗାଧୋଇବା ହେଲା କାଳ, ପୁରୀ ସମୁଦ୍ରରେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ
27 September 2023