ବାଲେଶ୍ବରରେ ବିଫଳ ପ୍ରେମିକର ନାରକୀୟକାଣ୍ଡ ; ପ୍ରେମକୁ ନପାଇ ପ୍ରେମିକାର ମାଆକୁ କଟୁରୀରେ ହାଣିଲା ପ୍ରେମିକ
7/10/2018 at 11:33 AM

ବାଲେଶ୍ବର ୭|୧୦: ପ୍ରେମକୁ ନପାଇ ପ୍ରେମିକାର ମାଆକୁ କଟୁରୀରେ ହାଣିଲା ପ୍ରେମିକ । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ ଶ୍ୟାମାନନ୍ଦିପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୋସିଆଲ ମିଡିଆରେ ପ୍ରେମ ନିବେଦନ କରି ବିଫଳ ହେବାରୁ ଏଭଳି କାଣ୍ଡ ଘଟାଇଛି ଯୁବକ । ଗୁରୁତର ଅବସ୍ଥାରେ ପ୍ରେମିକାର ମାଆଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଖବରପାଇ ପ୍ରେମିକ ସନିଆ ହୁଇଙ୍କୁ ଭୋଗରାଇ ପୋଲିସ ଅଟକ ରଖି ପଚରାଉଚରା କରୁଛି । ସନିଆ ଦୁବାଇରେ କାମ କରୁଥିବାବେଳେ ତା ପ୍ରେମିକାକୁ ଟଙ୍କା ଦେଇଥିବା ପୋଲିସକୁ କହିଛି । ତା ପାଖରୁ ପୋଲିସ ପାସପୋର୍ଟ ଜବତ କରି ସହ ଅଧିକ ତଦନ୍ତ ଜାରି ରଖିଛି ।
Related Posts
ଘରୁ ମିଳିଲା ସ୍ୱାମୀ-ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ, ପୋଲିସ ଖୋଜୁଛି କାରଣ
28 January 2023
ଖଣ୍ଡଗିରି ପୋଲିସକୁ ସଫଳତା, ୫ ପେସାଦାର ଅପରାଧୀ ଗିରଫ
28 January 2023