scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଘରେ କେହି ନଥିବା ବେଳେ ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

4/05/2023 at 11:00 AM

ସୋର ୪।୫: ଘରେ କେହି ନଥିବା ବେଳେ ଯୁବକଙ୍କ ଆତ୍ମହତ୍ୟା l ମୃତ ଯୁବକ ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଜଳଦା ଗ୍ରାମର ସହଦେବ ଦାସଙ୍କ ପୁଅ ଦେବାଶିଷ ଦାସ । ତାଙ୍କ ବୟସ ୧୯ ବର୍ଷ ହେବ ବୋଲି ଜଣାପଡିଛି । ପୋଲିସର ତଦନ୍ତ ଜାରି ।

ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଜଳଦା ଗ୍ରାମର ସହଦେବ ଦାସଙ୍କ ପୁଅ ଦେବାଶିଷ ଦାସ ବୁଧବାର ମା’ଙ୍କ ସହିତ ମହୁଳଗଡିଆ ସ୍ଥିତ ମାମୁଁ ଘରକୁ ବୁଲିବାକୁ ଯାଇଥିଲେ l ରାତିରେ ମାମୁଁ ଘରେ ଖାଇବା ପରେ ମା’କୁ ଯାତ୍ରା ଦେଖିବାକୁ ଯିବାକୁ କହିଥିଲା l ରାତିରେ ମାମୁଁ ଘରୁ ଆସି ଜଳଦା ସ୍ଥିତ ନିଜ ଘରେ ଭିତରେ ପଟୁ କବାଟ ଦେଇ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା । ଗୁରୁବାର ସକାଳୁ ଅଞ୍ଚଳବାସୀ ଦେଖିବା ପରେ ଖଇରା ପୋଲିସ ଖବର ଦେଇଥିଲେ l ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଆତ୍ମହତ୍ୟାର କାରଣ ଜଣାପଡୁନାହିଁ । ଦେବାଶିଷଙ୍କ ବାପା ଜଣେ ଦୃଷ୍ଟିହୀନ ବ୍ୟକ୍ତି ।

   Related Posts