ଯୁବକଙ୍କ ଆତ୍ମହତ୍ୟାକୁ ନେଇ ବିବାଦ : ପୋଲିସ୍ କାହିଁକି ବିଳମ୍ବ କଲା , ମୃତକଙ୍କ ଫୋନରୁ ଡାଟା କିଏ ଡିଲିଟ କଲା ?
3/03/2020 at 4:45 PM

କଟକ ୩/୩: ଯୁବକଙ୍କ ଆତ୍ମହତ୍ୟା ମାମଲାରେ କଟକ ମଙ୍ଗଳାବାଗ ଛକରେ ଉତ୍ତେଜନା ପ୍ରକାଶ ପାଇଛି ।ସ୍ଥାନୀୟ ଲୋକେ ଯୁବକଙ୍କ ଶବ ରଖି ଧାରଣାରେ ବସିଛନ୍ତି। ଏହା ଆତ୍ମହତ୍ୟା ନୁହେଁ ବରଂ ମୃତ ଯୁବକଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ମୃତକଙ୍କ ସମ୍ପର୍କୀୟ ।

ଘଟଣାଟି ଘଟିଛି କଟକ ମଙ୍ଗଳାବାଗ୍ ଥାନା ମହ୍ଲା ସାହିରେ । ସେଠାକାର ବାସିନ୍ଦା ନିଲୁ ସୋମବାର ସଂଧ୍ୟାରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। କିନ୍ତୁ ତାଙ୍କ ହାତଲେଖା ଚିଠିରେ ଯାହା ଉଲ୍ଲେଖ ରହିଛି , ତାହା ସ୍ପଷ୍ଟ କରୁଛିଯେ, ମୃତ ଯୁବକ ନିଲୁ ଜଣେ ଯୁବତୀଙ୍କ ପ୍ରେମରେ ପଡିଥିଲେ। ଏବଂ ପ୍ରେମରେ ବିଫଳ ହେବାପରେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି। ତେବେ ସଠିକ ସମୟରେ ପୁଲିସ ଘଟଣା ସ୍ଥଳରେ ନପହଞ୍ଚିବା ଏବଂ ପୁଲିସର ବିନା ଅନୁମତିରେ ମୃତ ନିଲୁଙ୍କ ମୋବାଇଲ ଫୋନ୍ରୁ ସମସ୍ତ ଡାଟାକୁ କେମିତି ଡିଲିଟ୍ କରିଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି ମୃତ ନିଲୁଙ୍କ ପରିବାର ଲୋକେ।ତେଣୁ ଏହା ପଛରେ କିଛି ନିର୍ଦ୍ଧିଷ୍ଟ କାରଣ ରହିଛି ବୋଲି ସନ୍ଦେହ କରି ଆଜି ସକାଳେ ଶତାଧିକ ଲୋକ ମଙ୍ଗଳାବାଗ୍ ଥାନା ଆଗରେ ହୋହଲ୍ଲା କରିଥିଲେ।