ଯୁବକଙ୍କ ଉନ୍ମତ୍ତ କାଣ୍ଡ; ପାର୍କ ଆଗରେ ଆତ୍ମହତ୍ୟା ଉଦ୍ୟମ କରି କାଟିଲେ ବେକ
15/12/2022 at 9:09 PM

ବ୍ରହ୍ମପୁର ୧୫/୧୨: ପ୍ରେମ ପାଇଁ ଆତ୍ମ ହତ୍ୟା ଉଦ୍ୟମ କରି ବେକ କାଟିଲେ ଯୁବକ। ଗୁରୁବାର ଏଭଳି ଅଭାବନୀୟ ଘଟଣା ବିଜୁ ପଟ୍ଟନାୟକ ପାର୍କ ଆଗରେ ଦେଖିବାକୁ ମିଳିଛି ବ୍ରହ୍ମପୁର। ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଡାକ୍ତରଖାନାକୁ ପଠଯାଇଛି। ବେକ କାଟିଥିବା ଯୁବକଙ୍କ ପରିଚୟ ନିରାକାର ବିଶୋଇ (ଦେବା)। ସେ ବ୍ରହ୍ମପୁର ଗେଟ୍ ବଜାର ଅଞ୍ଚଳର ବାସିନ୍ଦା।
ଖବର ଅନୁସାରେ, ପ୍ରେମ ପାଇଁ କୌଣସି କାରଣରୁ ହତାଶ ହୋଇ ବିଜୁ ପଟ୍ଟନାୟକ ପାର୍କ ଆଗରେ ଦେବା ଏକ ବ୍ଲେଡ୍ରେ ନିଜ ବେକକୁ କାଟିଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଜଣାଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଗୁରୁତର ଯୁବକଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲେ। ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।
Related Posts
ଏୟାରଲିଫ୍ଟ ହେଲେ ନବ ଦାସ, ଛାତିରେ ବାଜିଛି ଗୁଳି
29 January 2023
ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼, ଛାତିରେ ବାଜିଛି ଗୁଳି
29 January 2023