ମେଣ୍ଢା ଚୋରି କରି ଧରାପଡ଼ିଲେ ଯୁବକ; ଉତ୍ତମ ମଧ୍ୟମ ଦେଇ ପୋଲିସ ଜିମାଦେଲେ ଲୋକେ
26/05/2023 at 8:50 PM

ବଲାଙ୍ଗୀର ୨୬/୦୫: ମେଣ୍ଢା ଚୋରି କରି ଧରାପଡ଼ିଲା ଅଭିଯୁକ୍ତ। ଚୋରକୁ ଧରି ଲୋକମାନେ ଉତ୍ତମମଧ୍ୟମ ଦେବା ପୋଲିସର ଜିମା ଦେଇଛନ୍ତି। ପରେ ପୋଲିସ ତାକୁ କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ଯୁବକର ପରିଚୟ ଲାଲୁ ତାଣ୍ଡି। ତାଠାରୁ ପୋଲିସ ଏକ ସିଡି-ଡିଲକ୍ସ ବାଇକ୍ ଜବତ କରିଛି। ଏପରି ଘଟଣା ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଅଧୀନ ବଗଲାବନ୍ଧ ଗାଁରେ ଘଟିଛି।

ଖବର ଅନୁସାରେ, ବିଳମ୍ବିତ ରାତିରେ ଚୋରମାନେ ଘରେ ପଶି ମେଣ୍ଢା ଚୋରି କରି ଫେରାର ହେବା ବେଳେ ବଗଲାବନ୍ଧ ଗାଁର ପାଖରେ ଧରାପଡ଼ିଥିଲେ। ଧରାପଡ଼ିଥିବା ଚୋର ପୂର୍ବରୁ ମଧ୍ୟ ଅନେକ ଥର ଛେଳି ଚୋରି କରିଥିବା ଅଭିଯୋଗ ହୋଇଛି। ତେବେ ଘଟଣା ସ୍ଥଳରୁ ଜଣେ ଫେରାର ଥିବା ବେଳେ ଲାଲୁ ତାଣ୍ଡିକୁ ପୋଲିସ ରେ ଜୀମା ଦେଇଛନ୍ତି ଲୋକେ।

ପରେ ପୁଲିସ ସମ୍ପୃକ୍ତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଅନ୍ୟପଟେ ଲାଲୁ ପାଖରୁ ଜବତ ହୋଇଥିବା ମେଣ୍ଢାଟି ଏବେ ପାଟଣାଗଡ଼ ଥାନା ଆଗରେ ବନ୍ଧା ହୋଇଥିବା ଦେଖିବାକୁ ମିଳିଛି। ଏହି ମେଣ୍ଢାଟି ବେଲପଡ଼ା ଥାନା ମୁଣ୍ଡୋଦର୍ହ ଗାଁର ସିଂଙ୍ଗ ଜାଲଙ୍କର ବୋଲି ଜଣାପଡ଼ିଛି।