AC ମେକାନିକ୍‌ଙ୍କ କାରନାମା, ମହିଳାଙ୍କ ଗାଧୁଆ ଘରେ ରେକର୍ଡିଂ ମୋଡ୍‌ରେ ରଖିଲେ ମୋବାଇଲ୍, ତାପରେ...

Published By : Prameya-News7 Bureau | August 05, 2021 IST

ସାଲେପୁର ୫।୮: ଏସି ମେକାନିକଙ୍କ କଳା କାରାନାମା । ଏସି ସଜାଡିବାକୁ ଯାଇ ରଚିଲେ ଏଭଳି କାଣ୍ଡ । ଥାନାରେ ହେଲା ଅଭିଯୋଗ । ଏଭଳି ଘଟଣା ଘଟିଛି ସାଲେପୁର ବଜାରରେ ଥିବା ଏକ ହୋଟେଲରେ ।

ସୂଚନାଯୋଗ୍ୟ ଯେ, ଜଣେ ମହିଳା ବ୍ୟାଙ୍କ କର୍ମଚାରୀ ସାଲେପୁର ବଜାରରେ ଥିବା ଏକ ହୋଟେଲରେ ରୁମ୍ ଭଡା ନେଇ ରହୁଥିଲେ । ରୁମ୍ ର ଏସି ଖରାପ ହେବାରୁ ଜଣେ ମେକାନିକକୁ ଡାକିଥିଲେ । ମେକାନିକ୍ ଜଣଙ୍କ ହେଲେ ସାଲେପୁର ଥାନା ଅନ୍ତର୍ଗତ କୁସମ୍ବି ଗ୍ରାମର କିଶୋର ନାୟକ । ମେକାନିକ ଜଣଙ୍କ ହୋଟେଲରେ ରହୁଥିବା ମହିଳା ବ୍ୟାଙ୍କ କର୍ମଚାରୀଙ୍କ ବାଥରୁମରେ କୌଶଳକ୍ରମେ ଏକ ମୋବାଇଲକୁ ରେକଡିଂ ମୁଡ଼ରେ ରଖି ଗାଧୁଆ ସମୟର ସମସ୍ତ ରେକର୍ଡିଂ କରିଥିଲେ ।

ମୋବାଇଲ ରେକର୍ଡିଂ ସମୟରେ ବ୍ୟାଙ୍କ ମହିଳା କର୍ମଚାରୀ ଜଣଙ୍କ ଦେଖିବା ପରେ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହାସହ ମୋବାଇଲଟିରେ ରେକଡିଂ ହୋଇଥିବା ସମସ୍ତ ଘଟଣାର ତଦନ୍ତ ପାଇଁ ଥାନା ଅଧିକାରୀଙ୍କୁ ଦେଇଛନ୍ତି । ଏହି ଘଟଣାରେ ଏସି ମେକାନିକ କିଶୋର ନାୟକଙ୍କୁ ଥାନାରେ ଅଟକ ରଖିବା ସହ ମୋବାଇଲ ଜବତ କରି ପୋଲିସ ପଚରାଉଚରା କରୁଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.